୨୦୧୯ ପୂର୍ବରୁ ବଦଳିବନି

Advertisment
ଭାରତରେ ଦୁର୍ନୀତି ବଢିଛି, ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର  ସୂଚୀରେ ୮୧ ତମ ସ୍ଥାନକୁ ଖସିଲା

ANI

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ବର୍ଷ ଚକ୍ର ପରିବର୍ତନ ନେଇ ଯେଉଁ ଯୋଜନା ରହିଥିଲା ତାହା ଶୀତଳ ଭଣ୍ଡାରକୁ ଚାଲିଯାଇଛି। ୨୦୧୯ ପୂର୍ବରୁ ଆର୍ଥିକ ବର୍ଷ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ। ଯାହା ବି କିଛି ହେବ ତାହା ୨୦୧୯ ପରେ ହେବ।

ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଲାଗୁ ହେବା ପରେ ଦେଶରେ ଯେଉଁ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ବିଚାରକୁ ନେବା ପରେ ଆର୍ଥିକ ବର୍ଷ ଚକ୍ର ବଦଳାଇବା ପାଇଁ କେନ୍ଦ୍ର ସରକାର ସାହସ ଜୁଟାଇ ପାରୁନାହାନ୍ତି। ବିମୁଦ୍ରାକରଣ ଏବଂ ଜିଏସ୍‌ଟିକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ଅନ୍ତ ହୋଇନାହିଁ। ଏଭଳି ପରିସ୍ଥିତିରେ ଆର୍ଥିକ ବର୍ଷ ଚକ୍ର ବଦଳାଇ ଦେଶରେ ଆହୁରି ଅଧିକ ସମସ୍ୟା ସୃଷ୍ଟି କରିବାକୁ ସରକାର ଚାହୁଁନାହାନ୍ତି।

ଆସନ୍ତା ବର୍ଷ ପାଇଁ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। କିନ୍ତୁ ଆର୍ଥିକ ବର୍ଷ ବଦଳାଇବା ବିଷୟରେ କିଛି ବି ଚର୍ଚା ହେଉନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଥିକ ବର୍ଷ ଚକ୍ର ପରିବର୍ତନ ନେଇ କହିବା ପରେ ଦେଶରେ ପ୍ରଥମ ରାଜ୍ୟଭାବେ ମଧ୍ୟପ୍ରଦେଶ ଚଳିତବର୍ଷ ମେ ମାସରେ ଆସନ୍ତା ବର୍ଷରୁ ଜାନୁଆରୀରୁ ଆର୍ଥିକବର୍ଷ ଆରମ୍ଭ କରିବା ଲାଗି ଘୋଷଣା କରିଥିଲା। କିନ୍ତୁ ବର୍ତମାନ ପାଇଁ ମଧ୍ୟପ୍ରଦେଶ ଏହି ଯୋଜନାକୁ ସ୍ଥଗିତ ରଖିଛି। ମଧ୍ୟପ୍ରଦେଶ ପରେ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟ ମୋଦିଙ୍କ ଆର୍ଥିକ ବର୍ଷ ଚକ୍ର ପରିବର୍ତନକୁ ସ୍ୱାଗତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଆର୍ଥିକ ବର୍ଷ ଚକ୍ର ପରିବର୍ତନ ନେଇ ମତ ଦେବାପରେ ସରକାର ଏବଂ ନିତି ଆୟୋଗ ପକ୍ଷରୁ ଏ ନେଇ ବିଚାରବିମର୍ଶ ଆରମ୍ଭ ହୋଇଯାଇଥିଲା। ଏହାପରେ ଆଶା କରାଯାଉଥିବା ୧୮୬୭ ମସିହାରେ ବ୍ରିଟିସ ଅମଳରୁ ଚାଲି ଆସିଥିବା ଆର୍ଥିକ ବର୍ଷ ଚକ୍ରକୁ ଏପ୍ରିଲ-ମାର୍ଚ ପରିବର୍ତେ କ୍ୟାଲେଣ୍ଡର ବର୍ଷ ଭଳି ଜାନୁଆରିରୁ-ଡିସେମ୍ବରକୁ ବଦଳାଇବା ଲାଗି ମୋଦି ଉଦ୍ୟମ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe