ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଯାଇପାରନ୍ତି ଜେଲ

ଉତ୍ତରପ୍ରଦେଶ : ୧୧୪ ଟି ଟ୍ରେନରେ ଫେରୁଛନ୍ତି ୧.୨୦ ଲକ୍ଷ ପ୍ରବାସୀ

The Economic Times

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଅନେକ ନିୟମ ରହିଥାଏ। କିନ୍ତୁ କିଛି ଯାତ୍ରୀ ଏହି ନିୟମ ପାଳନ କରୁଥିବା ବେଳେ କିଛି ଯାତ୍ରା ଏଥିରୁ ନିବୃତ୍ତ ରହିଥାଆନ୍ତି। ତେବେ ଯେଉଁ ଯାତ୍ରୀ ଏହି ନିୟମ ପାଳନ କରନ୍ତି ନାହିଁ ରେଳାବାଇ ପକ୍ଷରୁ ସେମାନଙ୍କୁ ଦଣ୍ଡ ବି ମିଳିଥାଏ।

ଟେନ୍‌ରେ ଯାତ୍ରା କରୁଥିବା ଯାତ୍ରୀ ବିଶେଷ ଭାବେ କରୁଥିବା ଭୁଲ ତାଲିକାରେ ରହିଛି...

ଟ୍ରେନ୍‌ରେ ବିନା ଟିକେଟରେ ଅନେକ ଯାତ୍ରୀ ଏବେ ବି ଯାତ୍ରା କରୁଛନ୍ତି। ରେଳବାଇର ଧାରା ୧୩୮ ଆଧାରରେ ବିନା ଟିକେଟରେ ଯାତ୍ରା କରୁଥିବା ସମୟରେ ଯେଉଁ ଯାତ୍ରୀ ଧରାପଡ଼ନ୍ତି ସେମାନଙ୍କ ଠାରୁ ଭଡା କଟାଯିବା ସହିତ ୨୫୦ଟଙ୍କାର ପେନଲ୍ଟି ବି ଲାଗିଥାଏ।

publive-image

ଏଥିସହିତ ଟିକେଟ ନଥିବାରୁ ଯାତ୍ରା କରିଥିବା ହେତୁ ଯାତ୍ରୀଙ୍କୁ ଛଅମାସ ପର୍ଯ୍ୟନ୍ତ ଜେଲ ସହିତ ୧୦୦୦ଟଙ୍କା ଜରିମାନା ବି ଲାଗିପାରେ। ସେହିପରି ଟ୍ରେନ୍‌ରେ ବିନା କୌଣସି କାରଣରେ ଜରୁରୀକାଳିନ ଚେନ୍‌ ଟାଣିଲେ ୧୨ମାସ ଜେଲ କିମ୍ବା ୧୦୦୦ଟଙ୍କା ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଜରିମାନା ଦେବାକୁ ପଡ଼ିଥାଏ।

ଦିବ୍ୟାଙ୍ଗ, ମହିଳା ଓ ଅନ୍ୟ କୌଣସି ରିଜର୍ଭ କୋଚରେ ବିନା ଟିକେଟରେ ଯେଉଁ ଯାତ୍ରା କରନ୍ତି କିମ୍ବା ଟ୍ରେନ୍‌ ଛାତରେ ଯାତ୍ରା କରିବା ଦ୍ୱାରା ରେଳବାଇର ଧାରା ୧୫୬ ଆଧାରରେ ତିନି ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ୫୦୦ଟଙ୍କା ଯାତ୍ରୀଙ୍କୁ ଜରିମାନ ଦେବାକୁ ପଡ଼ିପାରେ।

publive-image

କେବଳ ଏତିକି ନୁହେଁ ଟ୍ରେନ୍‌ ଆସୁଥିବା ସମୟରେ ଯଦି କୌଣସି ବ୍ୟକ୍ତି ଧାରଣା ପାର କରୁଛନ୍ତି ତେବେ ତାଙ୍କୁ ଛଅମାସ ପାଇଁ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ। ସେହିପରି ଷ୍ଟେସନ୍‌ରେ ଅଳିଆ ଆବର୍ଜନା ପକାଇଲେ ଉକ୍ତ ବ୍ୟକ୍ତିଙ୍କୁ ଏକମାସ ସହିତ ୧୦୦ଟଙ୍କା ଜରିମାନା ବି ଲାଗିପାରେ।

କେବଳ ଏତିକି ନୁହେଁ ବେଆଇନ ଭାବେ ଟିକେଟ ବିକ୍ରି କଲେ ଧାରା ୧୪୩ ଆଧାରରେ ତିନିମାସ ଜେଲ ସହିତ ୧୦ହଜାର ଟଙ୍କାର ଜରିମାନା ବି ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe