ଏଥର ଏୟାର ଇଣ୍ଡିଆକୁ ପୂରା ବିକିଦେବେ, ପ୍ରଥମ ପ୍ରୟାସ ବିଫଳ ହୋଇଥିଲା

ଏଥର ଋଣ ବୋଝ କମାଇଲେ, ନୂଆ ମାଲିକ ନାମ ବଦଳାଇପାରିବେ ନାହିଁ

ଏଥର ଏୟାର ଇଣ୍ଡିଆକୁ ପୂରା ବିକିଦେବେ, ପ୍ରଥମ ପ୍ରୟାସ ବିଫଳ ହୋଇଥିଲା

Hindi News

ନୂଆଦିଲ୍ଲୀ: ଦୁଇ ବର୍ଷ ତଳେ ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରି ବିଫଳ ହୋଇଥିଲେ। ପୁଣି ଥରେ ଏହାକୁ ବିକ୍ରି କରିବା ଲାଗି ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥର କଂପାନିକୁ ସମ୍ପୂର୍ଣ୍ଣ ବିକ୍ରି କରି‌ବାକୁ ନିଷ୍ପତ୍ତି ନିଆଯାଇଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଏଥର ଅନେକ ସର୍ତ୍ତକୁ କୋହଳ କରାଯାଇଛି। ତେବେ ନୂଆ ମାଲିକ କଂପାନିର ନାମ ପରିବର୍ତ୍ତନ କରିପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି।

ଏୟାର ଇଣ୍ଡିଆ ବିପୁଳ କ୍ଷତିରେ ଚାଲୁଥିବା ବେଳେ ଏହା ସରକାରଙ୍କ ପାଇଁ ବୋଝ ହୋଇଯାଇଛି। ସେହି ବୋଝ ହାଲୁକା କରିବା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମଟି ହେଉଛି କଂପାନିକୁ ଯିଏ କିଣିବ ସେ ହିଁ ହେବ ନୂଆ ମାଲିକ। ସରକାରଙ୍କ ପାଖରେ କିଛି ଅଂଶଧନ ରହିବନି। ତେଣୁ କଂପାନି ପରିଚାଳନାରେ ସରକାରୀ ହସ୍ତକ୍ଷେପର ଭୟ ରହିବନି। ଦ୍ବିତୀୟଟି ହେଉଛି କଂପାନିର ଋଣ ବୋଝକୁ ମଧ୍ୟ କମ୍ କରାଯାଇଛି। ଏମିତିରେ ଏୟାର ଇଣ୍ଡିଆ ଖାତାରେ ୬୨,୦୦୦ କୋଟି ଟଙ୍କାର ଋଣ ବୋଝ ରହିଛି। ନୂଆ ଗ୍ରାହକଙ୍କ ଖାତାକୁ ମାତ୍ର ୨୩,୨୮୬ କୋଟି ଟଙ୍କାର ଋଣ ହସ୍ତାନ୍ତର ହେବ। ବଳକା ଋଣ କଥା ସରକାର ବୁଝିବେ। ଏୟାର ଇଣ୍ଡିଆ ପାଇଁ ଗ୍ରାହକ ନମିଳିବାର ଏକ ବଡ଼ କାରଣ ଥିଲା ମୋଟା ଅଙ୍କର ଋଣ। କଂପାନି ଉପରେ ଥିବା ୨୨,୦୦୦ କୋଟି ଟଙ୍କାର ଅନ୍ୟାନ୍ୟ ଦେୟ ବାବଦରେ ଯେଉଁ ବକେୟା ରହିଛି ତାହାକୁ ମଧ୍ୟ କମ୍ କରି ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୀମା ଶୁଳ୍କ, ସେବା କର ଏବଂ ଆୟକର ବାବଦରେ କଂପାନିକୁ ଯେଉଁ ବକେୟା ରାଶି ଦେବାର ଥିଲା ତାହା ନୂଆ ଗ୍ରାହକଙ୍କୁ ଦେବାକୁ ପଡ଼ିବନି। ସମ୍ଭାବ୍ୟ ଗ୍ରାହକଙ୍କ ନିଟ୍‌ ସମ୍ପତ୍ତିର ସର୍ବନିମ୍ନ ସୀମାକୁ ମଧ୍ୟ ୩୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ପୂର୍ବରୁ ସରକାରଙ୍କ ସର୍ତ୍ତ ଥିଲା ଯେଉଁ କଂପାନିର ମୋଟ ସମ୍ପତ୍ତି ୫୦୦୦ କୋଟି ଟଙ୍କାରୁ ଅଧିକ ହୋଇଥିବ କେବଳ ସେମାନେ ଏୟାର ଇଣ୍ଡିଆକୁ କିଣିବା ଲାଗି ବିଡ୍‌ ଦାଖଲ କରିପାରିବେ।

କୋର୍ଟ ଯିବାକୁ ଧମକ ଦେଲେ ସୁବ୍ରମଣିଅନ୍ ସ୍ବାମୀ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରିବା ଲାଗି କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ବିଜେପି ସାଂସଦ ସୁବ୍ରମଣିଅନ ସ୍ବାମୀ ବିରୋଧ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ କୋର୍ଟ ଯିବାକୁ ସେ ଧମକ ଦେଇଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ଏହି ନିଷ୍ପତ୍ତି ଦେଶ ବିରୋଧୀ ଓ ଏହା ବିରୋଧରେ ମୁଁ କୋର୍ଟ ଯିବାକୁ ବାଧ୍ୟ ହେବି। ଅନ୍ୟପଟେ କଂଗ୍ରେସ ପକ୍ଷରୁ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସରକାରଙ୍କ ପାଖରେ ଟଙ୍କା ନାହିଁ। ଅଭିବୃଦ୍ଧି ୫% ତଳକୁ ଖସିଯାଇଛି। ମନରେଗା ଅଧୀନରେ ନିୟୁତାଧିକ ଟଙ୍କା ବକେୟା ରହିଛି। ସେଥିପାଇଁ ସରକାର ମୂଲ୍ୟବାନ ସମ୍ପତ୍ତିଗୁଡ଼ିକୁ ବିକ୍ରି କରୁଛନ୍ତି ବୋଲି କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe