ଏଣିକି ହ୍ବାଟସଆପ ଜରିଆରେ ସୁବିଧାରେ ଏଲପିଜି ସିଲିଣ୍ଡର ଘରକୁ ମଗାଇ ପାରିବେ ଗ୍ରାହକ

Advertisment
ଏଣିକି ହ୍ବାଟସଆପ ଜରିଆରେ ସୁବିଧାରେ ଏଲପିଜି ସିଲିଣ୍ଡର ଘରକୁ ମଗାଇ ପାରିବେ ଗ୍ରାହକ

Kashmir News Customers Ca

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ଗ୍ୟାସର ହୋମ‌ଡେଲିଭରି ନଭେମ୍ବର ୧ରୁ ବଦଳି ଯାଇଛି। ନୂଆ ନିୟମ ଜରିଆରେ ଓଟିପି ବିନା ଏଲପିଜି ସିଲିଣ୍ଡର ଡେଲିଭରି ହେବ ନାହିଁ। ସିଲିଣ୍ଡର ନେଇ ଆସିଥିବା ବ୍ୟକ୍ତିଙ୍କୁ ଆପଣଙ୍କ ଫୋନରେ ଆସିଥିବା ଓଟିପି ଦେଲେ ଯାଇ ସେ ବିତରଣ କରିବେ। ଏହାରି ଭିତରେ ଏକ ଭଲ ଖବର ଆସିଛି। ଏଣିକି ଗ୍ରାହକମାନେ ହ୍ବାଟସଆପ ଜରିଆରେ ବି ସିଲିଣ୍ଡର ବୁକିଂ କରିପାରିବେ।

ଆସାନ୍ତୁ ଜାଣିବା ହ୍ବାଟସ ଆପ୍ ମାଧ୍ୟମରେ ସିଲିଣ୍ଡର କିପରି ବୁକ୍ କରି ହେବ

୧. ଯଦି ଆପଣ ଜଣେ ଇଣ୍ଡେନ୍ ଗ୍ରାହକ, ତେବେ ଆପଣ ନୂତନ ନମ୍ବର ୭୭୧୮୯୫୫୫୫୫ କୁ କଲ କରି ଏଲପିଜି ସିଲିଣ୍ଡର ବୁକ୍ କରିପାରିବେ | ଏତଦ ବ୍ୟତୀତ ହ୍ବାଟସ ଆପରେ ବି ବୁକିଂ କରାଯାଇପାରିବ |

୨. ହ୍ବାଟସ ଆପରେ ଆପଣ ‘REFILL’ ଟାଇପ୍ କରନ୍ତୁ ଏବଂ ଏହାକୁ ୭୫୮୮୮୮୮୮୨୪ କୁ ପଠାନ୍ତୁ | ଗ୍ରାହକଙ୍କୁ କେବଳ ପଞ୍ଜିକୃତ ମୋବାଇଲ୍ ନମ୍ବରରୁ ଏହି ମେସେଜ ପଠାଇବାକୁ ପଡିବ |

Now, book LPG cylinders through WhatsApp - Check the process and other details here

ଜାଣନ୍ତୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ବୁକ୍ କରିବାର ପାଞ୍ଚଟି ଭିନ୍ନ ଉପାୟ

୧. ଗ୍ୟାସ୍ ଏଜେନ୍ସି କିମ୍ବା ବିତରକଙ୍କ ସହିତ କଥା ହୋଇ ଆପଣ ସିଲିଣ୍ଡର ବୁକ କରି ପାରିବେ।

୨.ମୋବାଇଲ୍ ନମ୍ବରକୁ କଲ କରି ସିଲିଣ୍ଡରର ହୋମ ଡେଲିଭରି କରି ପାରିବେ |

୩. https://iocl.com/Products/Indanegas.aspx ୱେବସାଇଟକୁ ଯାଇ ସିଲିଣ୍ଡରର ଅନଲାଇନ୍ ବୁକିଂ କରି ହେବ।

୪. କମ୍ପାନିର ହ୍ବଟାସ ଆପ୍ ନମ୍ବରରେ ମେସେଜ କରି ସିଲିଣ୍ଡରର ହୋମ ଡେଲିଭରି କରି ପାରିବେ।

୫. ଇଣ୍ଡେନ ଆପ୍ ଡାଉନଲୋଡ୍ କରି ଗ୍ୟାସ ବୁକ କରି ପାରିବେ ଗ୍ରାହକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe