ଏବେ ବି ନଗଦ ରାଜୁତି, ଡିଜିଟାଲ୍ କାରବାର ବି ଦ୍ରୁତ ଗତିରେ ବଢ଼ୁଛି

Advertisment

ନଗଦ ବ୍ୟବହା‌ରରେ ଚୀନ୍ ପଛକୁ ଦ୍ବିତୀୟରେ ଭାରତ

ନଗଦ ବ୍ୟବହା‌ରରେ ଚୀନ୍ ପଛକୁ ଦ୍ବିତୀୟରେ ଭାରତ

ଏବେ ବି ନଗଦ ରାଜୁତି, ଡିଜିଟାଲ୍ କାରବାର ବି ଦ୍ରୁତ ଗତିରେ ବଢ଼ୁଛି

ମୁମ୍ବାଇ: ବିମୁଦ୍ରୀକରଣକୁ ଅନେକ ସମୟ ବିତିଯାଇଥିଲେ ମଧ୍ୟ ଭାରତରେ ନଗଦ ଟଙ୍କାର ବ୍ୟବହାର କମ୍ ହେଉନାହିଁ। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ନଗଦ ଟଙ୍କାର ଅନୁପାତ ଏବେ ବି ଉଚ୍ଚ ସ୍ତରରେ ରହିଛି। ଲୋକମାନେ ପେମେଣ୍ଟ୍‌ କରିବା ବେଳେ ନଗଦ ଟଙ୍କା ଦେବାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି। ରିଜର୍ଭ ବ୍ୟାଙ୍କ ଜଣାଇଛି ଯେ ଏବେବି ନଗଦ ଟଙ୍କାର ବ୍ୟବହାର ଅଧିକ ରହିଛି। ଡିଜିଟାଲ୍ କାରବାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିମୁଦ୍ରୀକରଣ ଘୋଷଣା ପରେ ୨୦୧୬-୧୭ରେ ଜିଡିପିକୁ ନଗଦ ଟଙ୍କାର ଅନୁପାତ ୮.୭୦% ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ୨୦୧୭-୧୮ରେ ତାହା ୧୦.୭୦% ଓ ୨୦୧୮-୧୯ରେ ୧୧.୨ ପ୍ରତିଶତକୁ ବୃଦ୍ଧି ପାଇଛି। ବିମୁଦ୍ରୀକରଣ ଘୋଷଣା ହେବାର ପୂର୍ବ ଆର୍ଥିକ ବର୍ଷ ଅର୍ଥାତ ୨୦୧୫-୧୬ରେ ଏହି ହାର ୧୨.୧% ଥିଲା। ନଗଦ ଟଙ୍କାର ବ୍ୟବହାରକୁ ନେଇ ଭାରତ ଧୀରେ ଧୀରେ ବିମୁଦ୍ରୀକରଣର ପୂର୍ବାବସ୍ଥା ଆଡ଼କୁ ଫେରୁଥିବା ରିଜର୍ଭ ବ୍ୟାଙ୍କ ରିପୋର୍ଟରୁ ଜଣାପଡ଼ିଛି।

publive-image sumHR

ଯେଉଁ ହାରରେ ନଗଦ ଟଙ୍କାର ପ୍ରଚଳନରେ ବୃଦ୍ଧି ଘଟିଛି ସେହି ଅନୁପାତରେ ୨୦୧୯ ଅକ୍ଟୋବର ସୁଦ୍ଧା ଦେଶରେ ୨୬ ଲକ୍ଷ କୋଟି ଟଙ୍କାର ନୋଟ୍‌ ରହିବା କଥା। ମାତ୍ର ସେହି ସମୟ ପ୍ରଚଳନରେ ୨୨.୩ ଲକ୍ଷ କୋଟି ଟଙ୍କାର ନୋଟ୍ ଥିଲା। ଅର୍ଥାତ ଲୋକମାନେ ୩.୫ ଲକ୍ଷ କୋଟି ଟଙ୍କାର କମ୍ ନୋଟ୍‌ ବ୍ୟବହାର କରିଛନ୍ତି। ସେହି ସମୟରେ ‌ସେମାନେ ଡିଜିଟାଲ୍ କାରବାର ପ୍ରତି ଅଧିକ ଧ୍ୟାନ ଦେଇଛନ୍ତି। ବିଗତ ପାଞ୍ଚ ବର୍ଷରେ ଏଟିଏମ୍‌ରୁ ନଗଦ ଟଙ୍କା ଉଠାଣରେ ବୃଦ୍ଧି ଘଟିଥିବା ଜଣାପଡ଼ିଛି। ନଗଦ ରାଶି ବ୍ୟବହାର କରିବାରେ ଚୀନ୍‌ ପଛକୁ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ କିନ୍ତୁ ନଗଦ ଟଙ୍କା ତୁଳନାରେ ଡିଜିଟାଲ୍ କାରବାର କ୍ଷେତ୍ରରେ ଅଧିକ ବୃଦ୍ଧି ଘଟୁଛି। ଡିଜିଟାଲ୍ କାରବାର କ୍ଷେତ୍ରରେ ୬୧ ପ୍ରତିଶତର ବୃଦ୍ଧି ଘଟିଛି। ରିପୋର୍ଟରେ କୁହାଯାଇଛି ଯେ, ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡ଼ିକ ଭଳି ଭାରତରେ ଏବେବି ନଗଦ ରାଶିକୁ ପେମେଣ୍ଟ୍‌ ଲାଗି ଅଧିକ ବ୍ୟବହାର କରାଯାଉଛି। ମାତ୍ର ଭାରତରେ ଡିଜିଟାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ପେମେଣ୍ଟ୍‌ ମଧ୍ୟ ଦ୍ରୁତି ଗତିରେ ବଢ଼ିବାରେ ଲାଗିଛି। ବିମୁଦ୍ରୀକରଣର ଅନ୍ୟତମ ଲକ୍ଷ୍ୟ ଥିଲା ଭାରତରେ ନଗଦ ରାଶିର ବ୍ୟବହାର କମ୍ କରି ତାହାକୁ ଡିଜିଟାଲ୍ ଅର୍ଥନୀତିରେ ପରିଣତ କରିବା। ୨୦୧୬ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିଥିଲେ। ଇତି ମଧ୍ୟରେ ଅନେକ ମାସ ବିତିଯାଇଥିଲେ ମଧ୍ୟ ବଜାରରେ ନଗଦ ଟଙ୍କାର ରାଜୁତି ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe