ଏଣିକି ହ୍ଵାଟସ୍‌ଆପ୍‌ ଜରିଆରେ ପାଇପାରିବେ ଟ୍ରେନ୍‌ ସଂପର୍କରେ ସମସ୍ତ ସୂଚନା

Advertisment
ଏଣିକି ହ୍ଵାଟସ୍‌ଆପ୍‌ ଜରିଆରେ ପାଇପାରିବେ ଟ୍ରେନ୍‌ ସଂପର୍କରେ ସମସ୍ତ ସୂଚନା

ନୂଆଦିଲ୍ଲୀ: ଅନେକ ସମୟରେ ଯାତ୍ରୀମାନେ ଯାତ୍ରା କରିବାକୁ ଥିବା ଟ୍ରେନ୍‌ ସଂପର୍କରେ ତଥ୍ୟ ପାଇବା ଲାଗି ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଷ୍ଟେସନ୍‌କୁ ଫୋନ୍‌ କରିବା ବେଳକୁ ଲାଇନ୍‌ ବିଜି, ପୁଣି େଓ୍ଵବ୍‌ସାଇଟ୍‌ ଲଗ୍‌-ଇନ୍‌ କରିବା ବେଳକୁ ତାହା ଅତ୍ୟନ୍ତ ଧୀର ହୋଇଯାଏ। ଏସବୁ ସମସ୍ୟା ଦୂର ଲାଗି ଭାରତୀୟ ରେଲ୍‌ ଟ୍ରାଭେଲ ପୋର୍ଟାଲ୍‌ ମେକ୍‌ ମାଇଁ ଟ୍ରିପ୍‌ ସହ ମିଶି ଯାତ୍ରୀଙ୍କୁ ହ୍ଵାଟସ୍‌-ଆପ୍‌ ଜରିଆରେ ଯାତ୍ରୀଙ୍କୁ ଟ୍ରେନ୍‌ ସଂପର୍କରେ ସୂଚନା ଦେବା ଲାଗି ଏକ ବ୍ୟବସ୍ଥା ଆରମ୍ଭ କରିଛି। ନିମ୍ନୋକ୍ତ ପ୍ରକ୍ରିୟାରେ ଆପଣ ଜାଣିପାରିବେ ଟ୍ରେନ୍‌ର ଆଗମନ, ପ୍ରସ୍ଥାନ ଓ ସ୍ଥିତି ସଂପର୍କରେ ସୂଚନା।

୧-ଆପଣଙ୍କ ମୋବାଇଲରେ ୭୩୪୯୩୮୯୧୦୪ ନମ୍ବର ସେଭ୍‌ କରନ୍ତୁ।
୨-ଏବେ ହ୍ଵାଟସଅପ୍‌ ଯାଆନ୍ତୁ ଏବଂ ଯେଉଁ ଟ୍ରେନ୍‌ ସଂପର୍କରେ ସୂଚନା ଚାହୁଁଛନ୍ତି ସେହି ଟ୍ରେନ୍‌ର ନମ୍ବର ଟାଇପ୍‌ କରନ୍ତୁ।
୩-ସେଭ୍‌ ହୋଇଥିବା ନମ୍ବରକୁ ଟ୍ରେନ୍‌ ନମ୍ବର ପଠାଇ ଦିଅନ୍ତୁ।
୪-ଆପଣଙ୍କ ମେସେଜ ଡବଲ୍‌ ଟିକ୍‌ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। (ଏହା ଦ୍ୱାରା ଆପଣ ନିଶ୍ଚିତ ହେବେ ଯେ ମେସେଜ୍‌ ପହଞ୍ଚିଲା)
୫- ଏହା ପରେ ଆପଣଙ୍କ ହ୍ଵାଟସ୍‌ଆପ୍‌କୁ ଟ୍ରେନ୍‌ ସଂପର୍କିତ ସମସ୍ତ ବିବରଣୀ ଚାଲିଆସିବ।
୬-ସାଧାରଣ ଭାବେ ୧୦ ସେକେଣ୍ଡ ମଧ୍ୟରେ ସୂଚନା ଆସୁଥିବା ଜଣାପଡିଛି।

publive-image

ଏଥି ସହ ରେଳ ମନ୍ତ୍ରୀ ପିୟୁଷ ଗୋୟଲ୍‌ ନିକଟରେ ‘ରେଲ ମଦତ୍‌’ ନାମକ ଏକ ମୋବାଇଲ୍‌ ଆପ୍‌ ଜାରି କରିଛନ୍ତି। ଏହି ଆପ୍‌ ଦ୍ୱାରା ଯାତ୍ରୀମାନେ ରେଲ୍‌ ସଂପର୍କିତ ସବୁ ସୂଚନା ପାଇବା ସହ ଅଭିଯୋଗ ମଧ୍ୟ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe