ଏବେ ଆମାଜନ୍‌ ପ୍ରାଇମ୍‌ରେ ଶୁଣିପାରିବେ ଓଡ଼ିଆ ସଂଗୀତ

Advertisment
ଆମାଜନ୍‌ ପକ୍ଷରୁ ବେଷ୍ଟ ଅଫ୍‌ ପ୍ରାଇମ୍‌ ଯୋଜନା ସମ୍ପର୍କରେ ଘୋଷଣା

ମୁମ୍ବାଇ : ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ଇଣ୍ଡିଆ ପକ୍ଷରୁ ଏହାର ପ୍ରାଇମ୍‌ ସଦସ୍ୟଙ୍କ ପାଇଁ ଖ୍ୟାତି ସମ୍ପନ୍ନ କଳାକାରଙ୍କ ଓଡ଼ିଆ ଏବଂ ଆସାମୀ ଭାଷାର ମ୍ୟୁଜିକ୍‌ ଉପଲବ୍ଧ କରାଯିବ। ବିସ୍ତୃତ ବର୍ଗର ବଛାବଛା ମୁଭି, ଟିଭି ଶୋ’, ଷ୍ଟାଣ୍ଡ୍‌ ଅପ୍‌ କମେଡି ଆଦିର ଅସିମୀତ ଷ୍ଟ୍ରିମିଂ ଉପଲବ୍ଧ ହେବ।

ଓଡ଼ିଆ ଭାଷାରେ ଭିକାରୀ ବଳ, ନମିତା ଅଗ୍ରୱାଲା, ବାବୁଲ ସୁପ୍ରିୟୋ, ଉଦିତ୍‌ ନାରାୟଣ ଆଦି ଖ୍ୟାତି ସମ୍ପନ୍ନ କଳାକାରଙ୍କ ଓଡ଼ିଆ ରୋମାଣ୍ଟିକ ଗୀତ, ୫୦ଟି ଶ୍ରେଷ୍ଠ ଓଡ଼ିଆ ଗୀତ ଉପଲବ୍ଧ ହେବ। ଏହା ସହିତ ଜୟ ଜଗନ୍ନାଥ, କୃଷ୍ଣ ଭଜନ ଏବଂ ଶିବ ଭଜନ ଆଦି ଉପଲବ୍ଧ ହେବ। ସେହିପରି ଆସାମୀ ଭାଷାରେ ଭୁପେନ୍‌ ହଜାରିକା, ଖଗେନ୍‌ ମାହାତୋ, ପାପୁନ୍‌, ଜୁବେନ୍‌ ଗର୍ଗ ଆଦି ଖ୍ୟାତି ସମ୍ପନ୍ନ କଳାକାରଙ୍କ ମ୍ୟୁଜିକ୍‌ ଉପଲବ୍ଧ ହେବ।

ପ୍ରାଇମ୍‌ ମ୍ୟୁଜିକ ଏକ ମାଗଣା ସେବା ଯାହାକି ୯୯୯ ଟଙ୍କାର ବାର୍ଷିକ ସଦସ୍ୟ ଏବଂ ୧୨୯ ଟଙ୍କାର ମାସିକ ସଦସ୍ୟଙ୍କୁ ଯୋଗାଇ ଦିଆଯିବ। ଏସବୁ ମ୍ୟୁଜିକ୍‌ ଇଂଲିଶ୍‌, ହିନ୍ଦୀ, ତାମିଲ୍‌, ପଂଜାବୀ, ବଙ୍ଗାଳୀ, କନ୍ନଡ଼, ତେଲୁଗୁ ଆଦି ୧୦ଟି ଭାଷାରେ ଉପଲବ୍ଧ ହେଉଛି। ଆମାଜନ ପ୍ରାଇମ୍‌ ମ୍ୟୁଜିକ୍‌ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ମୋବାଇଲ୍‌ ଫୋନ୍‌ ଆପ୍‌, ଡେସ୍କଟପ୍‌ ଆପ୍‌ ଏବଂ ୱେବ୍‌ ପ୍ଲେୟାର, ଆମାଜନ ଫାୟାର ଟିଭି ଷ୍ଟିକ୍‌ ଏବଂ ଆମାଜନ ଇକୋ ଡିଭାଇସ୍‌ରେ ଉପଲବ୍ଧ ହୋଇପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe