ଏଣିକି ସୁବିଧାରେ ଲୋନ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ୟୁପିଆଇ ବ୍ୟବହାରକାରୀ

ଅଗଷ୍ଟରୁ ବ୍ୟାଙ୍କର ପୂର୍ବ-ଅନୁମୋଦିତ କ୍ରେଡିଟ ଲାଇନ ରାଶିର ବ୍ୟବହାର ଗ୍ରାହକ ୟୁପିଆଇ ଜରିଆରେ ସିଧାସଳଖ କରି ପାରିବେ। ଏନେଇ ଗ୍ରାହକଙ୍କୁ ଯେପରି କୌଣସି ଅସୁବିଧାର ନହୁଏ ସେଥିପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଇଛି। 

upi

ନୂଆଦିଲ୍ଲୀ: ୟୁନିଫାଏଡ୍ ପେମେଣ୍ଟଇଣ୍ଟରଫେସ୍ (ୟୁପିଆଇ) ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆସିଛି। ଆଗାମୀ ଦିନରେ ୟୁପିଆଇ ବ୍ୟବହାରକାରୀମାନେ ନିଜର ଲୋନ ଆକାଉଣ୍ଟରୁ ଟଙ୍କା ୟୁପିଆଇ ଜରିଆରେ ସୁବିଧାରେ ଉଠାଇ ପାରିବେ। ଏନେଇ ଭାରତୀୟ ଜାତୀୟ ଦେୟ ନିଗମ (ଏନପିସିଆଇ) ୨୦୨୫ ଜୁଲାଇ ୧୦ ତାରିଖରେ ଏକ ସର୍କୁଲର ଜାରି କରିଥିଲା।

ସୂଚନାଯୋଗ୍ୟ, ଆଗାମୀ ଅଗଷ୍ଟ ମାସରୁ ବ୍ୟାଙ୍କର ପୂର୍ବ-ଅନୁମୋଦିତ କ୍ରେଡିଟ ଲାଇନ ରାଶିର ବ୍ୟବହାର ଗ୍ରାହକ ୟୁପିଆଇ ଜରିଆରେ ସିଧାସଳଖ କରି ପାରିବେ। ଏନେଇ ଗ୍ରାହକଙ୍କୁ ଯେପରି କୌଣସି ପ୍ରକାର ଅସୁବିଧାର ସାମ୍ନା କରିବାକୁ ନପଡ଼େ ସେଥିପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଇଛି। 

ଏଯାବତ ଗ୍ରାହକଙ୍କୁ ୟୁପିଆଇ ଜରିଆରେ କେବଳ ଜିନିଷପତ୍ର କିଣିବାର ଅନୁମତି ଦିଆଯାଇଥିଲା। ଏଣିକି ୟୁପିଆଇ ଜରିଆରେ କ୍ରେଡିଟ ଲାଇନର ରାଶିରେ କେବଳ ଦୋକାନରେ ଟଙ୍କା ପୈଠ କରାଯାଇପାରିବ ତାହା ନୁହେଁ ବରଂ ଟଙ୍କା ଉଠାଇବା, ଅନ୍ୟକୁ ଟଙ୍କା ପଠାଇବା ସହିତ ଛୋଟଛୋଟ ଦୋକାନମାନଙ୍କରେ ପେମେଣ୍ଟ କରିବାର ଫିଚର ମଧ୍ୟ ଉପଲବ୍ଧ ରହିଛି।

ନୂଆ ନିୟମ ଆଧାରରେ ୟୁପିଆଇ ବ୍ୟବହାରକାରୀ ଫିକ୍ସ ଡିପୋଜିଟ, ସେୟର, ବଣ୍ଡ, ପ୍ରପର୍ଟି, ଗୋଲ୍ଡ ତଥା ପର୍ସନାଲ ଓ ବିଜନେସ ଲୋନର ଓଭରଡ୍ରାପ୍ଟକୁ ୟୁପିଆଇ ସହିତ ଲିଙ୍କ କରି ସୁବିଧାରେ ବ୍ୟବହାର କରି ପାରିବେ। ସଷ୍ଟ ଭାବେ କହିବାକୁ ଗଲେ ଏଣିକି ଗ୍ରାହକ ପେଟିଏମ, ଫୋନପେ, ଗୁଗୁଲ ପେ ଭଳି ଥାର୍ଡ ପାର୍ଟି ୟୁପିଆଇ ଆପରୁ ସିଧାସଳଖ ଲୋନ ଆକାଉଣ୍ଟରୁ ପେମେଣ୍ଟ କରି ପାରିବେ।

ଏହି ସୁବିଧାା ୨୦୨୫ ଅଗଷ୍ଟ ୩୧ ତାରିଖରେ ଲାଗୁ କରିବା ପାଇଁ ଏନପିସିଆଇ ସମସ୍ତ ୟୁପିଆଇ ବ୍ୟାଙ୍କ ସଦସ୍ୟ ଓ ଏବଂ କ୍ରେଡିଟ୍ ଲାଇନ୍ ସୁବିଧା ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe