ଓଡ଼ିଶାର ୨ ରେଳ ପ୍ରକଳ୍ପର ସମୀକ୍ଷା କଲା ଏନ୍‌ପିଜି

ପ୍ରଧାନମନ୍ତ୍ରୀ ଗତି ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ନେଟ୍‌ୱର୍କ ପ୍ଲାନିଂ ଗ୍ରୁପ୍‌ (ଏନ୍‌ପିଜି)ର ୮୨ତମ ବୈଠକ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ରେଳବାଇରେ  ଅଛି  ୧ ଲକ୍ଷ ୩୦ ହଜାର ଚାକିରି, ୨୮ରୁ ଅନଲାଇନ ପଂଜୀକରଣ ଆରମ୍ଭ 

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗତି ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ନେଟ୍‌ୱର୍କ ପ୍ଲାନିଂ ଗ୍ରୁପ୍‌ (ଏନ୍‌ପିଜି)ର ୮୨ତମ ବୈଠକ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନ୍‌ପିଜିର ଏହି ବୈଠକରେ ଦେଶର ଅନ୍ୟ କେତେକ ପ୍ରକଳ୍ପ ସମେତ ଓଡ଼ିଶାର ଦୁଇଟି ରେଳ ପ୍ରକଳ୍ପର ସମୀକ୍ଷା କରାଯାଇଛି। ପିଏମ୍‌ ଗତିଶକ୍ତିର ମୂଳ ନୀତି ଆଧାରରେ ଦେଶର ୭ଟି ପ୍ରକଳ୍ପର ମୂଲ୍ୟାୟନ କରାଯାଇଛି। ଏସବୁ ପ୍ରକଳ୍ପ ଦେଶରେ ସାମଗ୍ରୀ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବ। ବିଭିନ୍ନ ସ୍ଥାନ ମଧ୍ୟରେ ଯାତ୍ରା ସମୟକୁ ହ୍ରାସ କରିବ। ଏଥିସହିତ ସଂପୃକ୍ତ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶରେ ଏଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବେ। 

ଏହି ଅବସରରେ ‌ରେଳ ମନ୍ତ୍ରାଳୟ ଅଧୀନରେ ଥିବା ଝାରସୁଗୁଡ଼ାରୁ ଶାସନ ରେଳଲାଇନ୍‌ର ତୃତୀୟ ଓ ଚତୁର୍ଥ ଲାଇନ୍‌ ଏବଂ ସମ୍ବଲପୁରରୁ ଜରପଡ଼ାକୁ ତୃତୀୟ ଓ ଚତୁର୍ଥ ରେଳଲାଇନ୍‌ ପ୍ରକଳ୍ପର ସମୀକ୍ଷା ହୋଇଥିଲା। ଝାରସୁଗୁଡ଼ାରୁ ଶାସନ ରେଳଲାଇନ ପ୍ରକଳ୍ପ ଝାରସୁଗୁଡ଼ା-ସମ୍ବଲପୁର ସେକ୍ସନ ମଧ୍ୟରେ ରହିଛି। ଓଡ଼ିଶା ଶିଳ୍ପ କରିଡର୍‌ର ଦୁଇ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଯଥା ତାଳଚେର କୋଇଲାଖଣି ଅଞ୍ଚଳ ଏବଂ ଇବ୍‌ ଭ୍ୟାଲିର ମହତ୍ତ୍ବପୂର୍ଣ୍ଣ ଅଂଶ। ଏହି ପ୍ରକଳ୍ପ ଦେଶର ମିସନ୍‌ ୩୦୦୦ ଏମ୍‌ଟି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସହାୟକ ହେବ। ଏହି ଶକ୍ତି କରିଡ଼ର ପ୍ରମୁଖ ଅର୍ଥନୈତିକ ଅଞ୍ଚଳ ଯଥା ଝାରସୁଗୁଡ଼ା, ରେଙ୍ଗାଲି ଏବଂ ଲପଙ୍ଗାକୁ ଯୋଗାଯୋଗ ସ୍ଥାପନ କରିବା ସହିତ ପାରାଦୀପ ଓ ଧାମରା ବନ୍ଦରକୁ ମାଲ୍‌ ପ୍ରେରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ନେବ। 

ସେହିଭଳି ୧୨୭.୨ କିଲୋମିଟର ବିଶିଷ୍ଟ ସମ୍ବଲପୁର ଜରପଡ଼ା ରେଳଲାଇନ୍‌ ସଂପ୍ରସାରଣ ଓଡ଼ିଶାର ଶିଳ୍ପାଞ୍ଚଳକୁ କୋଇଲା ଯୋଗାଣ କ୍ଷେତ୍ରରେ ବଡ଼ ଭୂମିକା ନେବ। ସେଥିରେ ଇବ୍‌ ଭ୍ୟାଲି ଏବଂ ତା‌ଳଚେର କୋଲଫିଲ୍‌ଡ ରହିଛି। ଉକ୍ତ ରେଳଲାଇନ ଦ୍ବାରା ଝାରସୁଗୁଡ଼ା, ଲପଙ୍ଗା, ରେଙ୍ଗାଲି ଏବଂ ପାରାଦୀପରେ ଥିବା ପ୍ରମୁଖ ଆଲୁମିନିୟମ ନିର୍ମାତାମାନେ ଉପକୃତ ହେବେ। ପାରାଦୀପ ବନ୍ଦର ସମେତ ଧାମରା ବନ୍ଦରକୁ ଏହା ରେଳ ଯୋଗାଯୋଗକୁ ସୁଦୃଢ଼ କରିବ। ଏଥିସହିତ ଉପରୋକ୍ତ ଦୁଇ ପ୍ରକଳ୍ପ ଦ୍ବାରା ଏନ୍‌ଏଚ୍‌-୫୫, ଏନ୍‌ଏଚ୍‌-୫୩, ଏନ୍‌ଏଚ୍‌-୪୯ ଏବଂ ଏସ୍‌ଏଚ୍‌-୧୦ ସହିତ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe