ଏନ୍‌ଆରଆଇ/ପିଆଇଓ/ଓସିଆଇଙ୍କ ପାଇଁ ପାନ୍‌ ଓ ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ଅନିବାର୍ଯ୍ୟ ନୁହେଁ: ୟୁଆଇଡିଏଆଇ

Advertisment
ଏନ୍‌ଆରଆଇ/ପିଆଇଓ/ଓସିଆଇଙ୍କ ପାଇଁ ପାନ୍‌ ଓ ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ଅନିବାର୍ଯ୍ୟ ନୁହେଁ: ୟୁଆଇଡିଏଆଇ

ନୂଆଦିଲ୍ଲୀ: କେନ୍ଦ୍ରସରକାର ପ୍ରତ୍ୟେକଟି କ୍ଷେତ୍ରରେ ଆଧାରକାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରିବା ପାଇଁ ଯୋଜନା କରୁଛନ୍ତି। ଇତିମଧ୍ୟରେ ବ୍ୟାଙ୍କ ଆକାଉଣ୍ଟଠାରୁ ଆରମ୍ଭ କରି ମୋବାଇଲ୍‌ ଫୋନ୍‌, ସବ୍‌ସିଡି ଓ ରାସନ୍‌ ଆଦି ପାଇଁ ଆଧାର ସଂଯୋଗ ବାଧ୍ୟତାମୂଳକ ହୋଇଛି। ଏ ନିୟମ ପରେ ସମସ୍ତେ ନିଜର ଆଧାରକାର୍ଡକୁ ନିର୍ଦ୍ଧାରିତ ଯୋଜନାରେ ସଂଯୋଗ କରିବାରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ ୟୁଆଇଡିଏଆଇ ଶୁକ୍ରବାର ଆଧାରକାର୍ଡ ସଂଯୋଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି। ପ୍ରବାସୀ ଭାରତୀୟ(ଏନ୍‌ଆର୍‌ଆଇ), ଭାରତୀୟ ବଂଶୋଦ୍ଭବ(ପିଆଇଓ) ଓ ବିଦେଶରେ ବସବାସ କରୁଥିବା ଭାରତୀୟ(ଓସିଆଇ)ଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ, ପାନ୍‌ ତଥା ଅନ୍ୟ ସେବା ସହିତ ଆଧାର ନମ୍ବର ସଂଯୋଗ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ୟୁଆଇଡିଏଆଇ ସୂଚନା ଜାରି କରିଛି।

publive-image

ୟୁଆଇଡିଏଆଇ ପାନ୍‌ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ ସେବା ସହିତ ଅଧାର ସଂଯୋଗ ଅନିବାର୍ଯ୍ୟ ନିୟମକୁ ଉଠାଇ ଦେଇଛି। ଏହି ନିୟମ କେବଳ ଏନ୍‌ଆରଆଇ, ପିଆଇଓ ଓ ଓସିଆଇଙ୍କ ପାଇଁ ହିଁ ଉପଲବ୍ଧ ରହିବ। ଅନ୍ୟ ସମସ୍ତଙ୍କ ପାଇଁ ପୂର୍ବ ନିୟମ ଜାରି ରହିଛି। ଦେଶବାସୀଙ୍କୁ ସେମାନଙ୍କ ବ୍ୟାଙ୍କ ଖାତା,ପାନ୍‌କାର୍ଡ, ମୋବାଇଲ ନମ୍ବର ସହିତ ସରକାର ଦ୍ୱାରା ନିର୍ଦ୍ଧାରିତ ଅନ୍ୟ ସେବାରେ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି।

ପ୍ରିଭେନ୍‌ସନ୍‌ ଅଫ ମନି ଲେଣ୍ଡରିଂ ରୁଲ -୨୦୧୭ ଓ ଆୟକର ଅଧିନୟମ ଅନୁଯାୟୀ ବ୍ୟାଙ୍କ ଆକାଉଣ୍ଟ ସହିତ ପାନ୍‌କୁ ଯୋଡ଼ିବା ଅନିବାର୍ଯ୍ୟ କରାଯାଇଛି। ଏନ୍‌ଆରଆଇ/ପିଆଇଓ/ଓସିଆଇଙ୍କ ପାଇଁ ପାନ୍‌ ଓ ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ନିୟମକୁ ଉଠାଇ ଦେଇଥିଲେ ହେଁ, ଏହି ମାମଲାରେ ଜଡ଼ିତ ଥିବା କାର୍ଯ୍ୟନିର୍ବାହୀ ଏଜେନ୍ସିକୁ ଏଭଳି ବ୍ୟକ୍ତିଙ୍କ ପୃଷ୍ଟି କରିବା ପାଇଁ ତୁରନ୍ତ ନୂତନ ନିୟମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି ୟୁଆଇଡିଏଆଇ। ଯାହା ଜରିଆରେ ସେମାନଙ୍କ ପରିଚୟ ସୁନିଶ୍ଚିତ କରାଯାଇ ପାରିବ। ଯାହାଫଳରେ ସରକାର ମନି ଲେଣ୍ଡରିଂ ଭଳି ମାମଲା ଉପରେ ଅଙ୍କୁଶ ଲାଗାଇ ପାରିବ।

publive-image

ଯେଉଁମାନେ ଆଧାର ପାଇଁ ଯୋଗ୍ୟ, ସେମାନେ କୌଣସି ବି ପରିସ୍ଥିତିରେ ଆଧାରକୁ ବ୍ୟାଙ୍କ ଖାତା ଓ ପାନ୍‌ ସମେତ ଅନ୍ୟ ନିର୍ଦ୍ଧାରିତ ଯୋଜନା ସହିତ ସଂଯୋଗ ଅନିବାର୍ଯ୍ୟ । କେନ୍ଦ୍ର ମନ୍ତ୍ରାଳୟ ଓ ବିଭାଗ, ରାଜ୍ୟସରକାର ଓ କାର୍ଯ୍ୟନିର୍ବାହୀ ଏଜେନ୍ସିକୁ ଏହା ଧ୍ୟାନ ଦେବାକୁ ପଡ଼ିବ ଯେ, ପରିଚୟ ପତ୍ର ଭାବେ ଆଧାର କେବଳ ସେହି ଲୋକମାନଙ୍କୁ ମଗାଯିବ, ଯେଉଁମାନେ ଆଧାର ଧାରା ଅନୁଯାୟୀ ଯୋଗ୍ୟ ଅଟନ୍ତି। ଅନେକ ଭାରତୀୟ ଅଛନ୍ତି ଯେଉଁମାନେ ଆଧାର ନାମାଙ୍କନ ପାଇଁ ଯୋଗ୍ୟ ନୁହନ୍ତି, ସେଥିପାଇଁ ସେମାନଙ୍କୁ ଆଧାର ସଂଯୋଗ ପାଇଁ ଚାପ ଦିଆଯାଇ ପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe