Image Courtesy of NDTV
ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଜାଲିଆତି (କୋଲୋକେସନ ମାମଲା)ରେ ଏହାର ପୂର୍ବତନ ଏମ୍ଡି ତଥା ସିଇଓ ଚିତ୍ରା ରାମକୃଷ୍ଣଙ୍କ ଅଡ଼ୁଆ ବଢ଼ିଛି। ଚିତ୍ରାଙ୍କ ସହ ସଂପର୍କରେ ଥିବା ବ୍ରୋକରମାନଙ୍କ ଠିକଣାରେ ସିବିଆଇ ଆଜି ଚଢ଼ଉ କରିଛି। ଦିଲ୍ଲୀ, ଗୁରୁଗ୍ରାମ, ନଏଡା, ମୁମ୍ବାଇ, କୋଲକାତା ଏବଂ ଗାନ୍ଧୀ ନଗର ଆଦି ସ୍ଥାନରେ ଏହି ଚଢ଼ଉ ହୋଇଛି ବୋଲି ଏକ ସୂତ୍ରରୁ ଜଣାଯାଇଛି। ଏନଏସଇର ଅଧିକାରୀଙ୍କ ସହ ହାତ ମିଳାଇ କିଛି ଷ୍ଟକ ବ୍ରୋକର କୋଲୋକେସନ ସୁବିଧା ଦ୍ବାରା ଷ୍ଟକ ବଜାରରୁ ଫାଇଦା ନେଇଥିବା ଅଭିଯୋଗ ହୋଇଛି। ସିବିଆଇ ଏହି ମାମଲାରେ ଗତମାସରେ ଚିତ୍ରା ଏବଂ ତାଙ୍କ ଦ୍ବାରା ନିଯୁକ୍ତ ଏନଏସଇର ପୂର୍ବତନ ସିଓଓ ଆନନ୍ଦ ସୁବ୍ରମଣ୍ୟନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ସିବିଆଇ ପ୍ରଥମେ ଗତ ଫେବ୍ରୁଆରିରେ ସୁବ୍ରମଣ୍ୟନ ଏବଂ ମାର୍ଚ୍ଚରେ ରାମକୃଷ୍ଣଙ୍କୁ ଗିରଫ କରିଥିଲା। ସିବିଆଇ ଯଦିଓ ୨୦୧୮ ମସିହାରେ ଏହି ଜାଲିଆତି ମାମଲା ରୁଜୁ କରିଥିଲା ତଥାପି ସେବିର ରିପୋର୍ଟ ଆସିବା ପରେ ଉକ୍ତ ଦୁଇ ପୂର୍ବତନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ନିୟମ ଉଲ୍ଲଂଘନ କରି ନିଯୁକ୍ତି ଦେଇଥିବାରୁ ଗତ ଫେବ୍ରୁଆରି ୧୧ ତାରିଖରେ ରାମକୃଷ୍ଣଙ୍କ ଉପରେ ସେବି ୩ କୋଟି ଟଙ୍କା ଜରିମାନା ଲଗାଇଥିଲା। ୨୦୧୩ରୁ ୨୦୧୬ ମସିହା ମଧ୍ୟରେ ଚିତ୍ରା ଏନଏସଇ ସଂପର୍କରେ ନେଇଥିବା ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହିମାଳୟର ତଥାକଥିତ ଅଦୃଶ୍ୟ ଯୋଗୀଙ୍କ ପରାମର୍ଶରେ ନେଇଥିବା ସ୍ବୀକାର କରିଛନ୍ତି। ତେବେ ସେହି ତଥାକଥିତ ଯୋଗୀ ଆନନ୍ଦ ସୁବ୍ରମଣ୍ୟନ ବୋଲି କୁହାଯାଉଛି। କୋଲୋକେସନ କେସରେ
Follow Us