ଓଡ଼ିଶାରେ ସହରାଞ୍ଚଳ ବାସହୀନଙ୍କ ସଂଖ୍ୟା ୧୩,୬୫୧

ଅନାଥ, ଆଶ୍ରୟହୀନଙ୍କ ପାଇଁ ସ୍ବତନ୍ତ୍ର ଆଇନ ଆସୁ

Next City

ନୂଆଦିଲ୍ଲୀ : ଓଡ଼ିଶାରେ ସହରାଞ୍ଚଳ ବାସହୀନଙ୍କ ସଂଖ୍ୟା ୧୩,୬୫୧। କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସମେତ ୨୨ଟି ରାଜ୍ୟରେ ଏହି ସର୍ବେକ୍ଷଣ କରାଯାଇଥିଲା। ଏହିସବୁ ରାଜ୍ୟରେ ମୋଟ ୨,୦୭,୮୪୭ ଜଣ ବାସହୀନ ଥିବା ଏଥିରୁ ଜଣାପଡ଼ିଛି। ସେଥିମଧ୍ୟରୁ ଓଡ଼ିଶାରେ ୧୩,୬୫୧ ସହରାଞ୍ଚଳ ବାସହୀନ ରହିଛନ୍ତି। ରାଜସ୍ଥାନରେ ସର୍ବାଧିକ ୩୯,୫୧୨ ଜଣ ବାସହୀନ ଥିବାବେଳେ ମଣିପୁରରେ ସର୍ବନିମ୍ନ ୪ ଜଣ ବାସହୀନ ରହିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ରାଜ୍ୟରେ ସର୍ଭେ କରାଯିବ ବୋଲି ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe