ଏଣିକି ଅଫିସ୍‌ରେ କାମ କରିବେ ଓ ପର୍ଯ୍ୟଟକଙ୍କୁ ବାଟ ଦେଖାଇବେ ରୋବର୍ଟ

Advertisment
ଏଣିକି ଅଫିସ୍‌ରେ କାମ କରିବେ ଓ ପର୍ଯ୍ୟଟକଙ୍କୁ ବାଟ ଦେଖାଇବେ ରୋବର୍ଟ

ନୂଆଦିଲ୍ଲୀ: ସରକାରୀ ଚାକିରି ପ୍ରତି ଲୋକଙ୍କର ଯେଉଁଭଳି ଭାବେ ଦୁର୍ବଳତା ରହିଥାଏ ସରକାରୀ କାର୍ଯ୍ୟଳୟଗୁଡ଼ିକ ପ୍ରତି ଠିକ୍‌ ସେହିପରି ବିତୃଷ୍ଣା ଭାବ ଦେଖିବାକୁ ମିଳେ। ସରକାରୀ ସ୍କୁଲ୍‌ ହେଉ, ହସ୍ପିଟାଲ୍‌ ହେଉ, ବ୍ୟାଙ୍କ୍‌ ହେଉ କିମ୍ବା ଅନ୍ୟ କୌଣସି ପ୍ରତିଷ୍ଠାନ, ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଧୀର ସେବା ଲୋକଙ୍କୁ ବିରକ୍ତ କରାଇଥାଏ। ମାତ୍ର ଆଉ କିଛି ବର୍ଷ ପରେ ହୁଏତ ଦେଶବାସୀଙ୍କୁ ସେପରି ଏକ ସମସ୍ୟା ସାମ୍ନା କରିବାକୁ ପଡ଼ିବ ନାହିଁ।

ଶୁଣିବାକୁ ମିଳୁଛି ଯେ ଏଣିକି ସରକାରୀ ପ୍ରତିଷ୍ଠାନମାନଙ୍କରେ ଭାରତ ସରକାର କର୍ମଚାରୀଙ୍କ ସ୍ଥାନରେ ରୋବର୍ଟ ନିୟୋଜିତ କରିବା ପାଇଁ ଯୋଜନା କରୁଛନ୍ତି। କର୍ମଚାରୀମାନଙ୍କର ନିତିଦିନିଆ ସହଜିଆ କାମ ସବୁ ଆଗକୁ ରୋବର୍ଟ ତୁଲାଇବ। କେବଳ ସେତିକି ନୁହେଁ, ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ରୋବର୍ଟକୁ ଟୁରିଷ୍ଟ୍‍ ଗାଇଡ ଭାବେ ନିୟୋଜିତ କରାଯିବ। ସେମାନେ ପର୍ଯ୍ୟଟକଙ୍କୁ ବାଟ ଦେଖାଇବାରେ ବା ସ୍ଥାନଗୁଡ଼ିକ ବିଷୟରେ ସୂୂଚନା ଦେବାରେ ସାହାଯ୍ୟ କରିବେ।

publive-image

କେତେକ ଇଭେଣ୍ଟ୍‌ରେ ଅତିଥିମାନଙ୍କୁ ଏହି ରୋବର୍ଟ ମନୋରଞ୍ଜନ ମଧ୍ୟ କରାଇବ। ମାତ୍ର ଗୋଟାଏ ସମସ୍ୟା ହେତୁ ଏହି ରୋବର୍ଟ ନିୟୋଜନ ନେଇ ସରକାର ଚିନ୍ତାରେ ଅଛନ୍ତି, ରୋବର୍ଟର ବ୍ୟବହାର କରାଯିବ କି ନାହିଁ ସ୍ଥିର ହୋଇପାରୁନାହିଁ। ଉଲ୍ଳେଖଯୋଗ୍ୟ, ଗତବର୍ଷ ମଇ ମାସରେ ଅତ୍ୟାଧୁନିକ ତେଜସ୍‌ ଟ୍ରେନ୍‌ରେ ଲାଗିଥିବା ଏଲ୍‌ସିଡି ଚୋରି ହେବା ପରେ ଏଲ୍‌ସିଡି ସେବା ଟ୍ରେନ୍‌ରୁ ହଟାଇବା ପାଇଁ ନିକଟରେ ସରକାର ନିଷ୍ପତ୍ତି ନେଇଛନ୍ତିି। ରୋବର୍ଟର ବ୍ୟବହାରରେ ହୁଏତ ସେପରି କିଛି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସରକାରଙ୍କର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe