ଗ୍ରାଜୁଏସନ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର: ଖାଲିଥିବା ଗ୍ରାମୀଣ ଡାକ ସେବକ ପଦ ପାଇଁ ପାଇଁ ବାହାରିଲା ବିଜ୍ଞପ୍ତି

ଗ୍ରାମୀଣ ଡାକ ସେବକ (ଜିଡିଲସ) ପଦ ପାଇଁ ଆବେଦନ ପ୍ରକ୍ରିୟା  ୨୦୨୫ ଅକ୍ଟୋବର ୯ରୁ ଆରମ୍ଭ ହୋଇ ଯାଇଛି। ଏହି ପ୍ରକ୍ରିୟା ୨୦୨୫  ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। 

Untitled-15 (1)

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କରେ ଚାକିରି କରିବା ପାଇଁ ଅପେକ୍ଷା କରି ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଆଇପିପିବି) ଗ୍ରାମୀଣ ଡାକ ସେବକ (ଜିଡିଲସ) ପଦ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ଅଭିଯାନ ଅଧୀନରେ ମୋଟ ୩୪୮ ପଦବୀ ପୂରଣ କରାଯିବ।

ବିଜ୍ଞପ୍ତି ଅନୁଯାୟୀ,  ଗ୍ରାମୀଣ ଡାକ ସେବକ (ଜିଡିଲସ) ପଦ ପାଇଁ ଆବେଦନ ପ୍ରକ୍ରିୟା  ୨୦୨୫ ଅକ୍ଟୋବର ୯ରୁ ଆରମ୍ଭ ହୋଇ ଯାଇଛି। ଏହି ପ୍ରକ୍ରିୟା ୨୦୨୫  ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। 

ଆବେଦନକାରୀ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍, ippbonline.com କିମ୍ବା ଆଇପିପିବି ପୋର୍ଟାଲ୍ ପରିଦର୍ଶନ କରି ଆବେଦନ କରି ପାରିବେ। ଏହି ନିଯୁକ୍ତିରେ ଅଂଶଗ୍ରହଣ କରିବା ପାଇଁ ପ୍ରାର୍ଥୀମାନଙ୍କୁ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ସ୍ନାତକ ଲାଭ କରିଥିବା ଆବଶ୍ୟକ। 

ଆବେଦନକାରୀଙ୍କ ବୟସ ସର୍ବନିମ୍ନ ୨୦ ବର୍ଷ ଏବଂ ସର୍ବାଧିକ ୩୫ ବର୍ଷ ହେବା ଆବଶ୍ୟକ। ବୟସ ୨୦୨୫ ଅଗଷ୍ଟ ୧ ଅନୁଯାୟୀ ଗଣନା କରାଯିବ। ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗ ପାଇଁ ବୟସ ଛାଡ଼ ଦିଆଯିବ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପାଇଁ ଏହି ନିଯୁକ୍ତିରେ ପ୍ରାର୍ଥୀମାନଙ୍କୁ ସେମାନଙ୍କ ସ୍ନାତକ ମାର୍କ ଆଧାରରେ ଚୟନ କରାଯିବ। ଯଦି ଆବେଦନକାରୀଙ୍କ ସଂଖ୍ୟା ଅଧିକ ହୁଏ, ତେବେ ବ୍ୟାଙ୍କ ଏକ ଅନଲାଇନ୍ ପରୀକ୍ଷା କରିପାରିବ।

ଚୟନ ପ୍ରାର୍ଥୀମାନଙ୍କ ମାସକୁ ଦରମା  ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିବ। ଏଥିସହିତ ଅନ୍ୟାନ୍ୟ ସରକାରୀ ସୁବିଧା ଯେପରିକି ମହଙ୍ଗା ଭତ୍ତା, ଯାତ୍ରା ଭତ୍ତା ଏବଂ ରହିବାର ସୁବିଧା  ମିଳିବ। ସମସ୍ତ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୭୫୦ଟଙ୍କା ରହିଛି। ଯାହା ଅନଲାଇନ୍ ମାଧ୍ୟମରେ ପୈଠ ହେବ।

ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ ହେବ। ପ୍ରାର୍ଥୀମାନଙ୍କୁ ବ୍ୟାଙ୍କର ୱେବସାଇଟ୍ ପରିଦର୍ଶନ କରି ପଞ୍ଜୀକରଣ କରିବାକୁ ପଡିବ। ପଞ୍ଜିକରଣ କରିବା ପରେ ପ୍ରାର୍ଥୀଙ୍କୁ ସେଥିରେ ବ୍ୟକ୍ତିଗତ ସୂଚନା ପୂରଣ କରିବାକୁ ହେବ। ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରି ଫଟୋ ଏବଂ ଦସ୍ତଖତ ସ୍କାନ କରି ଆବେଦନକାରୀ ଆବେଦନ ଫି ପୈଠ କରି ପାରିବେ। ଆବେଦନ ଫର୍ମ ଦାଖଲ କରିବା ପରେ ପ୍ରାର୍ଥୀମାନଙ୍କୁ ଏହାର ପ୍ରିଣ୍ଟକୁ ସୁରକ୍ଷିତ ରଖିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe