‘ଓସିପିଏଲ୍‌’ କୋଇଲା ପ୍ରକଳ୍ପର ସମୀକ୍ଷା

Advertisment
‘ଓସିପିଏଲ୍‌’ କୋଇଲା ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ବର: ରାଜ୍ୟ ଏମ୍ଏସଏମ୍‌ଇ ଓ ଗୃହ ବିଭାଗ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆଜି ଓଡ଼ିଶା କୋଲ୍ ଆଣ୍ଡ୍‌ ପାୱାର ଲିମିଟେଡ୍ (ଓସିପିଏଲ୍‌)ର ମନୋହରପୁର କୋଇଲା ପ୍ରକଳ୍ପର ବିକାଶ ଏବଂ ପରିଚାଳନାର ସମୀକ୍ଷା କରିଛନ୍ତି। ମନୋହରପୁର ଗ୍ରାମର ବିସ୍ଥାପିତ ପରିବାରମାନଙ୍କୁ ପ୍ରଦାନ କରାଯାଉଥିବା‌ ଥଇଥାନ ବ୍ୟବସ୍ଥା ସମ୍ପର୍କରେ ସେ ଗୁରୁତ୍ବାରୋପ କରିବା ସହିତ ସମସ୍ତ ବ୍ୟବସ୍ଥା ଯେଭଳି ତ୍ରୁଟିପୂର୍ଣ୍ଣ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ କହିଥିଲେ। କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟ୍‌ (ସିଏଚ୍‌ପି), ମନୋହରପୁର ଟାଉନ୍‌ସିପ୍ ଯୋଜନାର ନିର୍ମାଣ, ଏମ୍‌ସିଏଲ୍‌ ଦ୍ବାରା କୋଇଲା ଉତ୍ତୋଳନ ଏବଂ ତାହାର ବିକ୍ରି ଆଦି ସମ୍ପର୍କରେ ସେ ବିବରଣୀ ହାସଲ କରିଥିଲେ। ଓସିପିଏଲ୍‌ର ସିଇଓ ଡକ୍ଟର କ୍ଷୀରୋଦ ଚନ୍ଦ୍ର ବ୍ରହ୍ମା ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ବୈଠକରେ ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ସଂଗ୍ରାମ ସ୍ବାଇଁ, ଭାରତ ସରକାରଙ୍କ ପ୍ରବନ୍ଧ ନିର୍ଦେଶକ ଇନ୍ଦ୍ରନିଲ ଦତ୍ତ ଓ ଓଏଚ୍‌ପିସିର ଡିଏଫ୍‌ ପ୍ରଭାକର ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe