ଓଡ଼ିଆଙ୍କୁ ଯୋଡ଼ିବ ‘ଓଡ଼ିଆ ଗ୍ଲୋବାଲ୍ କନେକ୍ଟ’

Advertisment
ଓଡ଼ିଆଙ୍କୁ ଯୋଡ଼ିବ ‘ଓଡ଼ିଆ ଗ୍ଲୋବାଲ୍ କନେକ୍ଟ’

ଭୁବନେଶ୍ୱର: ଲଣ୍ଡନ ସ୍ଥିତ ଓଡିଆ ବୈଷୟିକ ଉଦ୍ୟୋଗୀ ଅରୁଣ କର ସମଗ୍ର ବିଶ୍ୱରେ ଓଡିଆ ସମ୍ପ୍ରଦାୟକୁ ଏକଜୁଟ୍ କରିବା ସହ ଉଭୟ ଅର୍ଥନୈତିକ ଏବଂ ସାମାଜିକ ସ୍ତରରେ ସେମାନଙ୍କୁ ଗୋଟିଏ ଜାଗାକୁ ଆଣିବା ପାଇଁ ‘ଗ୍ଲୋବାଲ୍ ଓଡିଆ କନେକ୍ଟ’ ନାମକ ଏକ ଡିଜିଟାଲ ପ୍ଲାଟଫର୍ମ ବିକାଶ କରିଛନ୍ତି। ଶ୍ରୀ କର ଏ ସମ୍ପର୍କରେ କହିଛନ୍ତି ଅନ୍ତର୍ଜାତୀୟ କମ୍ପାନୀ ଏବଂ ଉଦ୍ୟୋଗରେ ଦୀର୍ଘ ବର୍ଷର ଅଭିଜ୍ଞତା ସହିତ ଓଡିଶାକୁ ପରବର୍ତ୍ତୀ ସ୍ତର ନେବା ହେଉଛି ମୋର ଇଚ୍ଛା। ମୁଁ ବିଶ୍ୱାସ କରୁଛି ଯେ ସମସ୍ତଙ୍କ ସହଯୋଗରେ ଏହି ପ୍ଲାର୍ଟଫର୍ମ କେବଳ ଓଡିଶାକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବ ନାହିଁ ବରଂ ଲୋକମାନଙ୍କ ଉନ୍ନତି ପାଇଁ ମଧ୍ୟ ସହାୟକ ହେବ ହୋଇପାରିବ। ‘ଗ୍ଲୋବାଲ୍ ଓଡିଆ କନେକ୍ଟ’ ହେଉଛି ଏକ ଡିଜିଟାଲ୍ ପ୍ଲାଟଫର୍ମ ଯାହା ପୃଥିବୀର ସମସ୍ତ ଓଡିଆଙ୍କୁ ଗୋଟିଏ ପ୍ଲାଟଫର୍ମରେ ସଂଯୋଗ କରିବ ।

ଉତ୍ତମ ଫଳାଫଳ ପାଇଁ ଏହା ସେମାନଙ୍କୁ ଯୋଗାଯୋଗ ଏବଂ ସହଯୋଗ କରିବାକୁ ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ଯୋଗାଇବ । କେବଳ ଉଦ୍ୟୋଗୀ ଏବଂ ବ୍ୟବସାୟ ମାଲିକଙ୍କ ପାଇଁ ନୁହେଁ, ସର୍ଭିସ୍ ସେକ୍ଟଟର୍ ର କର୍ମଚାରୀ, ବ୍ୟାକ୍ତିଗତ ସେବା ପ୍ରଦାନକାରୀ ଏବଂ ଛାତ୍ରମାନେ ମଧ୍ୟ ଏହି ପ୍ଲାଟଫର୍ମକୁ ବ୍ୟବହାର କରିପାରିବେ । ଥରେ ପଞ୍ଜୀକରଣ କରି, ବିଶ୍ୱର ସମସ୍ତ ଓଡିଆ ସମ୍ପ୍ରଦାୟ, ବ୍ୟବସାୟ ଲିଡର୍‌ମାନଙ୍କ ସହ ଯୋଡ଼ି ହୋଇପାରିବେ। ଉଦ୍ୟୋଗୀ, ଫ୍ରିଲାନ୍ସର୍ ଏବଂ ସେବା କ୍ଷେତ୍ରର କର୍ମଚାରୀମାନେ ମଧ୍ୟ ସେମାନଙ୍କ ବ୍ୟବସାୟ ପଞ୍ଜୀକରଣ କରିପାରିବେ ଓ ନିଜ ପାଇଁ ଉତ୍ତମ ସୁଯୋଗ ଖୋଜିବା ସହ ସେମାନଙ୍କ ଉତ୍ପାଦ ଓ ସେବା ପ୍ରଦର୍ଶନ କରିପାରିବେ । ଛାତ୍ରଛାତ୍ରୀମାନେ ମଧ୍ୟ ପଞ୍ଜିକୃତ କରି ଚାକିରି ସନ୍ଧାନ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe