ବେଙ୍ଗାଲୁରୁ : ଟିଏମ୍ଟି ଇସ୍ପାତ ଉତ୍ପାଦନ କରୁଥିବା ମହାରାଷ୍ଟ୍ରର ସଂସ୍ଥା ଏସ୍ଏମ୍ଡବ୍ଲୁକୁ କିଣିବା ଲାଗି ଓଡ଼ିଆ ଯୁବକ ଆଶିଷ ମହାପାତ୍ରଙ୍କ ସଂସ୍ଥା ‘ଅଫ୍ବିଜନେସ୍’ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ କଂପାନି ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ)ଙ୍କ ଅନୁମତି ଲୋଡିଛି। ଏହି ଅଧିଗ୍ରହଣ ପାଇଁ କେତେ ଟଙ୍କାର ବୁଝାମଣା ହୋଇଛି ତାହା ଜଣାପଡ଼ିନାହିଁ। କଟକରେ ପାଠପଢ଼ିଥିବା ୪୧ ବର୍ଷୀୟ ଆଶିଷଙ୍କ ସଂସ୍ଥା ଅଫ୍ବିଜନେସ୍ ଦେଶର ବିଭିନ୍ନ ଶିଳ୍ପସଂସ୍ଥାକୁ କଞ୍ଚାମାଲ ଯୋଗାଇବା କ୍ଷେତ୍ରରେ କାର୍ଯ୍ୟ କରୁଛି। ନିକଟରେ ତାଙ୍କ ସଂସ୍ଥାକୁ ୟୁନିକର୍ଣ୍ଣ ମାନ୍ୟତା ମିଳିଥିଲା। କେବଳ ତାଙ୍କ ସଂସ୍ଥା ନୁହେଁ, ତାଙ୍କ ପତ୍ନୀ ରୁଚି କାଲ୍ରାଙ୍କ ସଂସ୍ଥା ‘ଅକ୍ସିଜୋ ଫାଇନାନ୍ସିଆଲ୍ ସର୍ଭିସେସ୍’କୁ ମଧ୍ୟ ୟୁନିକର୍ଣ୍ଣ ମାନ୍ୟତା ମିଳିଛି। ଗୋଟିଏ ବର୍ଷ ଭିତରେ ନିଜ ନିଜ ସଂସ୍ଥାକୁ ୟୁନିକର୍ଣ୍ଣରେ ପରିଣତ କରିବାରେ ସେମାନେ ଭାରତର ପ୍ରଥମ ଦମ୍ପତିର ବିରଳ ରେକର୍ଡ ହାସଲ କରିଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/03/asish.jpg)