Vehicles Sales: ଓଡ଼ିଶାରେ ଜାନୁଆରିରେ ୮୭ ହଜାର ଗାଡ଼ି ବିକ୍ରି

Advertisment

ଚଳିତବର୍ଷ ଜାନୁଆରି ମାସରେ ଓଡ଼ିଶାରେ ମୋଟ ୮୭,୦୭୫ଟି ଗାଡ଼ି ବିକ୍ରି ହୋଇଛି। ୨୦୨୫ ଜାନୁଆରିରେ ହୋଇଥିବା ୬୯,୬୨୫ଟି ଗାଡ଼ି ବିକ୍ରି ତୁଳନାରେ ଏହା ୨୫.୦୬ ପ୍ରତିଶତ ଅଧିକ ବୋଲି ଦ ଫେଡେରେସନ୍‌ ଅଫ୍‌ ଅ‌ଟୋମୋବାଇଲ ଡିଲର୍ସ ଆସୋସିଏସନ୍ସ (ଏଫ୍‌ଏଡିଏ) ରିପୋର୍ଟରୁ ଜଣାଯାଇଛି।

ଚଳିତବର୍ଷ ଜାନୁଆରି ମାସରେ ଓଡ଼ିଶାରେ ମୋଟ ୮୭,୦୭୫ଟି ଗାଡ଼ି ବିକ୍ରି ହୋଇଛି। ୨୦୨୫ ଜାନୁଆରିରେ ହୋଇଥିବା ୬୯,୬୨୫ଟି ଗାଡ଼ି ବିକ୍ରି ତୁଳନାରେ ଏହା ୨୫.୦୬ ପ୍ରତିଶତ ଅଧିକ ବୋଲି ଦ ଫେଡେରେସନ୍‌ ଅଫ୍‌ ଅ‌ଟୋମୋବାଇଲ ଡିଲର୍ସ ଆସୋସିଏସନ୍ସ (ଏଫ୍‌ଏଡିଏ) ରିପୋର୍ଟରୁ ଜଣାଯାଇଛି।

vehicle

ଭୁବନେଶ୍ବର: ଚଳିତବର୍ଷ ଜାନୁଆରି ମାସରେ ଓଡ଼ିଶାରେ ମୋଟ ୮୭,୦୭୫ଟି ଗାଡ଼ି ବିକ୍ରି ହୋଇଛି। ୨୦୨୫ ଜାନୁଆରିରେ ହୋଇଥିବା ୬୯,୬୨୫ଟି ଗାଡ଼ି ବିକ୍ରି ତୁଳନାରେ ଏହା ୨୫.୦୬ ପ୍ରତିଶତ ଅଧିକ ବୋଲି ଦ ଫେଡେରେସନ୍‌ ଅଫ୍‌ ଅ‌ଟୋମୋବାଇଲ ଡିଲର୍ସ ଆସୋସିଏସନ୍ସ (ଏଫ୍‌ଏଡିଏ) ରିପୋର୍ଟରୁ ଜଣାଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଜାନୁଆରି ମାସରେ ସର୍ବାଧିକ ୬୯,୪୧୦ଟି ୨ ଚକିଆ ଯାନ ବିକ୍ରି ହୋଇଛି। ଗତବର୍ଷ ଜାନୁଆରି ତୁଳନାରେ ଏହା ୨୮.୫୬ ପ୍ରତିଶତ ଅଧିକ। ସେହିଭଳି ୩ ଚକିଆ ଯାନ ବିକ୍ରି ସଂଖ୍ୟା ୨୫୧୬ରେ ରହିଛି ଯାହାକି ଗତବର୍ଷ ଜାନୁଆରି ତୁଳନାରେ ୩୪.୬୨ ପ୍ରତିଶତ ଅଧିକ। ରାଜ୍ୟରେ ଜାନୁଆରି ମାସରେ ୩୭୨୨ଟି ବାଣିଜ୍ୟିକ ଯାନ, ୯୧୩୧ଟି ପାସେଞ୍ଜର ଯାନ, ୧୭୩୯ଟି ଟ୍ରାକ୍ଟର ବିକ୍ରି ହୋଇଛି। ଗତବର୍ଷ ଜାନୁଆରି ତୁଳନାରେ ଏହି ଯାନଗୁଡ଼ିକର ବିକ୍ରିରେ ଯଥାକ୍ରମେ ୧୦.୯୧ ପ୍ରତିଶତ, ୯.୭୫ ପ୍ରତିଶତ, ୧୫.୮୬ ପ୍ରତିଶତ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ଜାନୁଆରି ମାସରେ ୫୫୭ଟି ନିର୍ମାଣ ଯାନ ବିକ୍ରି ହୋଇଛି। ଗତବର୍ଷ ଜାନୁଆରିରେ ବିକ୍ରି ହୋଇଥିବା ନିର୍ମାଣ ଯାନ ତୁଳନାରେ ଏହା ୫.୫୯ ପ୍ରତିଶତ କମ୍‌।

ଦେଶରେ ଜାନୁଆରି ମାସରେ ମୋଟ ୨୭,୨୨,୫୫୮ଟି ଗାଡ଼ି ବିକ୍ରି ହୋଇଛି, ଯାହାକି ଗତବର୍ଷ ଜାନୁଆରି ତୁଳନାରେ ୧୭.୬୧ ପ୍ରତିଶତ ଅଧିକ। ଏଫ୍‌ଏଡିଏ ଓଡ଼ିଶାର ଅଧ୍ୟକ୍ଷ ଅଖିଳ ପୋଦ୍ଦାର କହିଛନ୍ତି ଯେ ଚାଷୀମାନେ ଧାନ ବିକ୍ରି କରିବା ସହ ବିବାହ ସିଜନ୍ ଏବଂ ସରକାରୀ ଖର୍ଚ୍ଚ ବୃଦ୍ଧି କାରଣରୁ ରାଜ୍ୟରେ ଗାଡ଼ି ବିକ୍ରି ସଂଖ୍ୟା ଭଲ ରହିଛି। ଦେଶ ତୁଳନାରେ ରାଜ୍ୟରେ ବିକ୍ରି ଅଭିବୃଦ୍ଧି ଅଧିକ ରହିବା ଉତ୍ସାହଜନକ ବୋଲି ସେ କହିଛନ୍ତି।
ଓଡ଼ିଶା ବିକ୍ରି

ବର୍ଗ ୨୦୨୬ ଜାନୁଆରି ୨୦୨୫ ଜାନୁଆରି

୨ଚକିଆ ୬୯୪୧୦ ୫୩୯୮୯
୩ଚକିଆ ୨୫୧୬ ୧୮୬୯

ବାଣିଜ୍ୟିକ ଯାନ ୩୭୨୨ ୩୩୫୬
ନିର୍ମାଣ ଯାନ ୫୫୭ ୫୯୦

ପାସେଞ୍ଜର ଯାନ ୯୧୩୧ ୮୩୨୦
ଟ୍ରାକ୍ଟର ୧୭୩୯ ୧୫୦୧

ମୋଟ ୮୭୦୭୫ ୬୯୬୨୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe