ଟିକା ଉପରୁ ଟିକସ ଛାଡ଼ ପାଇଁ ଓଡ଼ିଶାର ଦାବି

୩ ଘରୋଇ ହସ୍ପିଟାଲ ଆଣିବେ ୧୨ହଜାର ଡୋଜ୍, ଘରୋଇ ହସ୍ପିଟାଲଙ୍କୁ କୋ-ୱିନ୍‌ରେ ପଞ୍ଜୀକରଣ ବାଧ୍ୟତାମୂଳକ

BioWorld

ଭୁବନେଶ୍ବର : ଟିକା ସମେତ କୋଭିଡ୍‌ ମହାମାରୀ ପରିଚାଳନା ଲାଗି ଦରକାର ହେଉଥିବା ସବୁ ପ୍ରକାର ସାମଗ୍ରୀ ଉପରୁ ଟିକସ ଛାଡ଼ କରିବା ଲାଗି ଶୁକ୍ରବାର ଦିନ ଜିଏସ୍‌ଟି ପରିଷଦ ବୈଠକରେ ଓଡ଼ିଶା ଦାବି କରିଛି। ଏ ସମ୍ପର୍କରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଥିବା‌ ଚିଠି ବିଷୟ‌ରେ ମଧ୍ୟ ମନେ ପକାଇ ଦିଆଯାଇଛି। ଓଡ଼ିଶା ତରଫରୁ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରତିନିଧିତ୍ବ କରିଥିଲେ।

ମାନବ ବ୍ୟବହାର ଉପଯୋଗୀ ମଦ ତିଆରି କରିବା ଲାଗି ବ୍ୟବହାର ହେଉଥିବା ଏକ୍ସଟ୍ରା ନିଉଟ୍ରାଲ୍ ଆଲ୍‌କୋହଲ୍‌ (ଇଏନ୍‌ଏ)କୁ ଜିଏସ୍‌ଟି ପରିସରରେ ସାମିଲ କରିବା ଲାଗି ଆସିଥିବା ପ୍ରସ୍ତାବକୁ ଓଡ଼ିଶା ବିରୋଧ କରିଛି। ଏହା ଉପରେ ୨୦୧୭ ନଭେମ୍ବର ୨୩ରୁ ୫% ହାରରେ ଭାଟ୍‌ ଲାଗୁ କରାଯାଇଛି। ସେହି ହାରକୁ ବଜାୟ ରଖିବା ଏବଂ ମଦକୁ ଜିଏସ୍‌ଟି ପରିସର ବାହାରେ ରଖିବାକୁ ଓଡ଼ିଶା ଦାବି କରିଛି। କ୍ଷତିପୂରଣ ରାଶି ସମ୍ପର୍କରେ ଓଡ଼ିଶା ପ୍ରସ୍ତାବ ଦେଇଛି ଯେ ଗତବର୍ଷ ଯେଉଁଭଳି କିଛି ଭାଗ ରାଶିକୁ କେନ୍ଦ୍ର ସରକାର ଋଣ କରି ରାଜ୍ୟଗୁଡ଼ିକୁ ଦେଇଥିଲେ ସେହି ଧାରା ବଜାୟ ରହୁ। କ୍ଷୁଦ୍ର ଟିକସଦାତାଙ୍କ ପାଇଁ ଟିକସ ପଇଠ ତାରିଖ ବଢ଼ାଇବା, ଡିଲରଙ୍କ ପାଇଁ ନିୟମ ପାଳନ ବ୍ୟବସ୍ଥାକୁ କୋହଳ କରିବା, ବିଳମ୍ବ ରିଟର୍ଣ୍ଣ ଲାଗି ଏକକାଳୀନ ଜରିମାନା ହ୍ରାସ କରିବା ଏବଂ ଜିଏସ୍‌ଟି ନିୟମର କେତେକ ବ୍ୟବସ୍ଥାରେ ସଂଶୋଧନ ଆଣିବା ଲାଗି ମଧ୍ୟ ଜିଏସ୍‌ଟି ପରିଷଦକୁ ଓଡ଼ିଶା ପ୍ରସ୍ତାବ ଦେଇଛି। ଜିଏସ୍‌ଟିକୁ‌ ନେଇ ଗଠନ କରାଯାଇଥିବା ଏକ ମନ୍ତ୍ରୀ ଗୋଷ୍ଠୀରେ ଓଡ଼ିଶାର ଅର୍ଥମନ୍ତ୍ରୀଙ୍କୁ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି। ଏଥିରେ ଛଅଟି ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ରହିଛନ୍ତି। ଆଜିର ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ‌ଅଶୋକ ମିନା ଓ ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି କମିସନର ସୁଶୀଲ କୁମାର ଲୋହାନି ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe