ଦେଶରେ ନୂଆ ନିବେଶ ଆଣିବାରେ ଓଡ଼ିଶା ପ୍ରଥମ

Advertisment
ଦେଶରେ ନୂଆ ନିବେଶ ଆଣିବାରେ ଓଡ଼ିଶା ପ୍ରଥମ

image source-imdorissa.gov.in

ଭୁବନେଶ୍ବର: ଦେଶରେ ନୂଆ ନିବେଶ ଆକୃଷ୍ଟ କରିବାରେ ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ସମଗ୍ର ଦେଶରେ ହୋଇଥିବା ନୂଆ ନିବେଶ ମଧ୍ୟରୁ ଓଡ଼ିଶା ଭାଗରେ ୧୮ ପ୍ରତିଶତ ପଡ଼ିଛି। ମହାରାଷ୍ଟ୍ର ୧୬ ପ୍ରତିଶତ ନିବେଶ ହାତେଇ ଦ୍ବିତୀୟ ସ୍ଥାନରେ ରହିଛି।

ଗତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ମହାରାଷ୍ଟ୍ର କିନ୍ତୁ ୨୧ ପ୍ରତିଶତ ନୂଆ ନିବେଶ ଆକୃଷ୍ଟ କରି ପ୍ରଥମ ସ୍ଥାନରେ ରହିଥିଲା। ଗତବର୍ଷ ପ୍ରଥମାର୍ଦ୍ଧରେ ଓଡ଼ିଶାର ନିବେଶ ଅଂଶ ମାତ୍ର ୪ ପ୍ରତିଶତ ରହିଥିଲା। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମଆଇଇ) ପକ୍ଷରୁ ଏହା କୁହାଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ପ୍ରଥମାର୍ଦ୍ଧରେ ଗୁଜରାଟ ମଧ୍ୟ ନୂଆ ନିବେଶ ଆକୃଷ୍ଟ କରିବାରେ ଗୁଜରାଟ କିଛିଟା ସଫଳତା ହାସଲ କରିଛି। ଗତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଗୁଜରାଟ ୨ ପ୍ରତିଶତ ନୂଆ ନିବେଶ ଆକୃଷ୍ଟ କରିପାରିଥିବାବେଳେ ଚଳିତ ଆର୍ଥିକବର୍ଷର ପ୍ରଥମାର୍ଦ୍ଧରେ ଏହା ୯ ପ୍ରତିଶତକୁ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ୮ଟି ରାଜ୍ୟର ନୂଆ ନିବେଶ ଅଂଶ ହ୍ରାସ ପାଇଛି। ସେହି ରାଜ୍ୟଗୁଡ଼ିକ ହେଲେ ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ପଞ୍ଜାବ, ହରିୟାଣା ଏବଂ ମହାରାଷ୍ଟ୍ର। ଓଡ଼ିଶା ସମେତ ଯେଉଁ ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନୂଆ ନିବେଶ ଅଂଶ ବଢ଼ିଛି ସେମାନେ ହେଲେ ଗୁଜରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ଆଣ୍ଡମାନ ନିକୋବର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe