ଭୁବନେଶ୍ୱର: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ତାର ଷଷ୍ଠ ପ୍ରତିଷ୍ଠା ଦିବସ ଆଜି ପାଳନ କରିଛି। ପ୍ରତିଷ୍ଠା ଦିବସ ଅବସରରେ ଗଣ୍ଡମୁଣ୍ଡା ସ୍ଥିତ କାର୍ଯ୍ୟାଳୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ପରେ ଅନାଥାଶ୍ରମରେ ଫଳ ଓ ଉପହାର ବଣ୍ଟନ କରାଯାଇଥିଲା। ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ବ୍ୟାଙ୍କର ଅଧ୍ୟକ୍ଷ ବୃନ୍ଦାବନ ନାୟକ ସଭାପତିତ୍ୱ କରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଏକ ଶ୍ରେଷ୍ଠ ବ୍ୟାଙ୍କରେ ପରିଣତ କରିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଏବେ ବ୍ୟାଙ୍କର ମୋଟ ଜମା ପରିମାଣ ୧୦୨୫୬ କୋଟି ଟଙ୍କା ଥିବା ବେଳେ ଋଣ ପରିମାଣ ୪୪୦୦ କୋଟି ଟଙ୍କାରେ ପହଞ୍ଚିିଛି। ବ୍ୟାଙ୍କର ଏଟିଏମ୍ ସଂଖ୍ୟା ୭୧ରେ ଅଛି ଓ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୧୦୦ରେ ପହଞ୍ଚିବ। ବ୍ୟାଙ୍କ ଏବେ ୫୮୦ଜଣ ବ୍ୟାଙ୍କମିତ୍ରଙ୍କ ଦ୍ୱାରା ମାଇକ୍ରୋ ଏଟିଏମ୍ ମାଧ୍ୟମରେ ବ୍ୟାଙ୍କ ନଥିବା ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେଉଛି। ବର୍ତମାନ ସୁଦ୍ଧା ବ୍ୟାଙ୍କ ୨ ଲକ୍ଷ ୯୦ ହଜାର ଡେବିଟ କାର୍ଡ, ୧ ଲକ୍ଷ ୫୦ ହଜାର କିସାନ କ୍ରେଡିଟ କାର୍ଡ ପ୍ରଦାନ କରିଛି। ବିଭିନ୍ନ ଜିଲ୍ଲାରେ ବ୍ୟାଙ୍କ ଆଠଟି ଆର୍ଥିକ ସାକ୍ଷରତା କେନ୍ଦ୍ର ସ୍ଥାପନ କରି ସାଧାରଣ ଲୋକମାନଙ୍କୁ ବିଭିନ୍ନ ଆର୍ଥିକ କାରବାର ସଂପର୍କରେ ସଚେତନ କରାଉଛି ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ ସୂଚନା ଦେଇଥିଲେ।
ଓଡିଶା ଗ୍ରାମ୍ୟ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳିତ
Advertisment
Follow Us