ଓଡ଼ିଶା ଗ୍ରାମ୍ୟବ୍ୟାଙ୍କର ୩ ଦିନିଆ ଧର୍ମଘଟ ୨୬ରୁ

Advertisment
ଓଡ଼ିଶା ଗ୍ରାମ୍ୟବ୍ୟାଙ୍କର ୩ ଦିନିଆ ଧର୍ମଘଟ ୨୬ରୁ

ଭୁବନେଶ୍ୱର: ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ଆର୍‌.ଆର୍‌.ବି. ୟୁନିଅନ୍ସର ଆହ୍ଵାନ କ୍ରମେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଏ.ଆଇ.ଆର୍‌.ଆର୍‌.ବି.ଇ.ଏ. ସଂଗଠନ ୭ଦଫା ଦାବି ପୂରଣ ନେଇ ମାର୍ଚ୍ଚ ୨୬ରୁ ୩ ଦିନିଆ ଧର୍ମଘଟ ଡାକରା ଦେଇଛି। ମାର୍ଚ୍ଚ ୨୦ତାରିଖ ଏ ନେଇ ଦିଲ୍ଲୀରେ ଧାରଣା ଦିଆଯାଇଥିଲା। ବ୍ୟାଙ୍କ ସଂଗଠନର ପ୍ରତିନିଧିଦଳ ଅର୍ଥମନ୍ତ୍ରୀଙ୍କୁ ସେହିଦିନ ସାକ୍ଷାତ ମଧ୍ୟ କରିଥିଲେ। ମାର୍ଚ୍ଚ ୨୧ତାରିଖରେ ସି.ଏଲ୍‌.ସି.ର ଏକ ବୈଠକ ହୋଇଥିଲା। ଆଲୋଚନାରେ କିଛି ସୁଫଳ ନମିଳିବାରୁ ଧର୍ମଘଟ କରିବାକୁ ସ୍ଥିର କରାଯାଇଛି ବୋଲି ଆସୋସିଏସନ୍‌ ଅଫ୍‌ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସର ସଭାପତି ଏସ୍‌.କେ. ବାସା, ସାଧାରଣ ସମ୍ପାଦକ ପି.କେ. ଭଞ୍ଜ ଏବଂ ସମ୍ପାଦକ ମହେଶ୍ୱର ମହାରଣା ଓ ଦେବୀ ଦାସ ମହାନ୍ତି ପ୍ରମୁଖ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe