ଓଡ଼ିଶା ହରାଇଲା ୬୧ ହଜାର ମୋବାଇଲ୍ ଗ୍ରାହକ

Advertisment
ଓଡ଼ିଶା ହରାଇଲା ୬୧ ହଜାର ମୋବାଇଲ୍ ଗ୍ରାହକ

Gujarat Exclusive

ଭୁବନେଶ୍ବର: ଲକ୍‌ଡାଉନ୍‌ ପରଠାରୁ ମୋବାଇଲ୍‌ ଗ୍ରାହକ ସଂଖ୍ୟାରେ ଯେଉଁ ହ୍ରାସର ଧାରା ଆରମ୍ଭ ‌ହୋଇଥିଲା ତାହା ଜୁନ୍‌ରେ ମଧ୍ୟ ଜାରି ରହିଛି। ଗତ ଜୁନ୍‌ରେ ଓଡ଼ିଶା ୬୧,୬୯୩ ମୋବାଇଲ୍‌ ଗ୍ରାହକଙ୍କୁ ହରାଇଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଓଡ଼ିଶାରେ ମୋଟ୍ ମୋବାଇଲ୍‌ ଗ୍ରାହକ ସଂଖ୍ୟା ଜୁନ୍ ଶେଷ ସୁଦ୍ଧା ୩ କୋଟି ୨୯ ଲକ୍ଷ ୭୨ ହଜାର ୬୦୯କୁ ହ୍ରାସ ପାଇଛି। ଗତ ମେ’ରେ ରାଜ୍ୟରେ ୩ କୋଟି ୩୦ ଲକ୍ଷରୁ ଅଧିକ ମୋବାଇଲ୍‌ ଗ୍ରାହକ ଥିଲେ। ଟ୍ରାଇ ରିପୋର୍ଟ ଅନୁଯାୟୀ, ଗତ ଜୁନ୍‌ରେ ଭାରତୀ ଏୟାରଟେଲ୍‌ ରାଜ୍ୟରେ ୨,୧୭,୧୯୧ ଗ୍ରାହକ ହରାଇଛି। ଫଳରେ କଂପାନିର ମୋଟ୍‌ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୧ ‌କୋଟି ୭ ଲକ୍ଷ ୭୦ ହଜାର ୧୧୫କୁ ହ୍ରାସ ପାଇଛି। ସେହିପରି, ଭୋଡାଫୋନ୍ ଆଇଡିଆ ଯାହା ନିକଟରେ ନିଜର ନାମକୁ ୱିରେ ପରିବର୍ତ୍ତନ କରିଛି ତାହା ରାଜ୍ୟରେ ୧,୧୯,୪୬୬ ମୋବାଇଲ୍‌ ଗ୍ରାହକଙ୍କୁ ହରାଇଛି। ଭୋଡାଫୋନ୍ ଆଇଡିଆ ପାଖରେ ଏବେ ରାଜ୍ୟର ୨୮ ଲକ୍ଷ ୫୧ ହଜାର ୮୦୬ ଜଣ ମୋବାଇଲ୍‌ ଗ୍ରାହକ ଅଛନ୍ତି। ସରକାରୀ ମୋବାଇଲ୍‌ କଂପାନି ବିଏସ୍‌ଏନ୍‌ଏଲ୍‌ ଏହି ମାସରେ ୫୩,୯୦୪ ଜଣ ନୂଆ ‌ମୋବାଇଲ୍‌ ଗ୍ରାହକ ଏହାର ନେଟ୍‌ୱର୍କରେ ଯୋଡ଼ିଥିବାରୁ କଂପାନିର ମୋଟ୍‌ ମୋବାଇଲ୍‌ ଗ୍ରାହକ ସଂଖ୍ୟା ଜୁନ୍ ଶେଷ ସୁଦ୍ଧା ୬୩ ଲକ୍ଷ ୫୪ ହଜାର ୩୩୨ରେ ପହଞ୍ଚିଛି। ରିଲାଏନ୍ସ ଜିଓ ଏହି ମାସରେ ସର୍ବାଧିକ ୨ ଲକ୍ଷ ୨୧ ହଜାର ୪୫ ଜଣ ନୂଆ ଗ୍ରାହକ ଯୋଡ଼ିଛି। ରାଜ୍ୟରେ ଜିଓର ମୋଟ୍ ମୋାବଇଲ୍‌ ଗ୍ରାହକ ସଂଖ୍ୟା ୧ କୋଟି ୨୯ ଲକ୍ଷ ୯୫ ହଜାର ୯୭୭ରେ ପହଞ୍ଚିଛି।

ନିୟମିତ ଭାବେ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ରାଜ୍ୟର ‌ଟେଲି ସାନ୍ଧତ୍ରା ମଧ୍ୟ ଦୁର୍ବଳ ହୋଇଛି। ଜୁନ୍ ସୁଦ୍ଧା ରାଜ୍ୟର ଟେଲି ସାନ୍ଧ୍ରତା ୭୫.୫୫ ପ୍ରତିଶତ ରହିଛି। ଅର୍ଥାତ ପ୍ରତି ଶହେ ଜଣରେ ୭୫ ଜଣଙ୍କ ପାଖରେ ମୋବାଇଲ୍‌ ଫୋନ୍ ରହିଛି। ଏବେବି ରାଜ୍ୟରେ ପ୍ରତି ୧୦୦ରେ ଆଉ ପ୍ରାୟ ୨୫ ଜଣ ଲୋକଙ୍କ ପାଖରେ ମୋବାଇଲ୍‌ ଫୋନ୍ ସଂଯୋଗ ପହଞ୍ଚାଇବା ଲାଗି କଂପାନିଗୁଡ଼ିକ ପାଖରେ ସୁଯୋଗ ରହିଛି। ଓଡ଼ିଶାର ଟେଲି ସାନ୍ଧ୍ରତା ଜାତୀୟ ହାର ୮୫.୮୫ ପ୍ରତିଶତ ଠାରୁ ପ୍ରାୟ ୧୦ ପ୍ରତିଶତ କମ୍ ରହିଛି। ମୋବାଇଲ୍‌ ଗ୍ରାହକ ସଂଖ୍ୟାରେ ଏଭଳି କାହିଁକି ହ୍ରାସ ଘଟୁଛି ତାହାର କୌଣସି କାରଣ ଟ୍ରାଇ ପକ୍ଷରୁ କୁହାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe