ଓଡ଼ିଶାବାସୀ କିଣିଲେ ଅଧିକ ଗାଡ଼ି, ବିଏସ୍‌-୪ ଗାଡ଼ି ପଞ୍ଜୀକରଣ ଅବଧି ୩୧ ପର୍ଯ୍ୟନ୍ତ ବଢ଼ିଲା

Advertisment
ପୁରୁଣା ସରକାରୀ ଗାଡ଼ି ଉପରେ ଲାଗିବ କଟକଣା,୨୦୨୨ ଏପ୍ରିଲରୁ ପଞ୍ଜୀକରଣ ନବୀକରଣ ବନ୍ଦ ହୋଇପାରେ

PML Daily

ଭୁବନେଶ୍ବର: ଚଳିତ ବର୍ଷ ସେପ୍ଟେମ୍ବରରେ ଓଡ଼ିଶାରେ ପ୍ରାୟ ୪୯ ହଜାର ଗାଡ଼ି ବିକ୍ରି ହୋଇଛି। ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବରରେ ୨୨ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଦୁଇ ଚକିଆ ଯାନ ଅଧିକ ସଂଖ୍ୟାରେ ବିକ୍ରି ହୋଇଛି। ସେପ୍ଟେମ୍ବରରେ ୩୬ ହଜାର ଦୁଇ ଚକିଆ ଗାଡ଼ି ବିକ୍ରି ହୋଇଥିବା ବେଳେ ୪୨୫୭ଟି କାର୍ ଏବଂ ୧୫୬୯ଟି ଟ୍ରାକ୍ଟର ବିକ୍ରି ହୋଇଛି। ଦେଶରେ ଲକ୍‌ଡାଉନ୍ କଟକଣା ପର୍ଯ୍ୟାୟକ୍ରମେ ହଟିବା ପରେ ଗାଡ଼ି ବିକ୍ରିରେ ଧୀରେ ଧୀରେ ସୁଧାର ହେଉଛି।

ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଜାରି କରିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ଗତ ଜୁନରେ ୪୩, ୩୧୯ , ଜୁଲାଇରେ ୩୯,୨୧୩ ଏବଂ ଅଗଷ୍ଟରେ ୪୦, ୦୩୭ଟି ଗାଡ଼ି ବିକ୍ରି ହୋଇଥିଲା। ସେପ୍ଟେମ୍ବର ମାସରେ ବିକ୍ରି ହୋଇଥିବା ୪୮,୮୮୭ ହଜାର ଗାଡ଼ି ମଧ୍ୟରୁ ୪ ହଜାର ୮୦୦ଟି ଗାଡ଼ି ପରିବହନ ବର୍ଗରେ ପଞ୍ଜୀକୃତ ହୋଇଛି। ଅନ୍ୟ ୪୪ ହଜାର ଗାଡ଼ି ଅଣ-ପରିବହନ ବର୍ଗରେ ପଞ୍ଜୀକରଣ କରାଯାଇଛି। ଅକ୍ଟୋବର ଓ ନଭେମ୍ବରରେ ଦଶହରା ଓ ଦୀପାବଳି ଭଳି ଦୁଇଟି ବଡ଼ ପର୍ବ ଥିବାରୁ ଗାଡ଼ି ବିକ୍ରିରେ ଆହୁରି ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ରାଜ୍ୟରେ ବିକ୍ରି ହୋଇଥିବା ବିଏସ୍‌-୪ ମାନର ଗାଡ଼ିଗୁଡ଼ିକର ପଞ୍ଜୀକରଣ ଅବଧିକୁ ପରିବହନ କର୍ତ୍ତୃପକ୍ଷ ଚଳିତ ମାସ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯେଉଁ ବିଏସ୍‌-୪ ଗାଡ଼ିଗୁଡ଼ିକ ପାଇଁ ପରିବହନ ପୋର୍ଟାଲ୍‌ରେ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଟିକସ ପଇଠ କରାଯାଇଥିବ ସେହି ଗାଡ଼ିଗୁଡ଼ିକୁ ଅକ୍ଟୋବର ୩୧ ମଧ୍ୟରେ ପଞ୍ଜୀକରଣ କରିହେବ। ଯେଉଁମାନେ ଗାଡ଼ି କିଣିଛନ୍ତି ସେମାନେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆବଶ୍ୟକ କାଗଜପତ୍ର ଦାଖଲ କରି ଗାଡ଼ିର ପଞ୍ଜୀକରଣ କରିପାରିବେ ବୋଲି ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe