ଓଡ଼ିଶାକୁ ମିଳିଲା ୩,୦୩୩ କୋଟିର କ୍ଷତିପୂରଣ

Advertisment
୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତରଫରୁ ଆଜି ୭୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ରାଶି ଜାରି କରାଯାଇଛି। ସେଥିରୁ ଓଡ଼ିଶାକୁ ୩୦୩୩.୧୦ କୋଟି ଟଙ୍କା ମିଳିଛି। ପାଞ୍ଚ ବର୍ଷିଆ ଅବଧି ପାଇଁ ୨୭୭୦.୨୩ କୋଟି ଟଙ୍କା ଓ ଦୁଇ ବର୍ଷିଆ ଅବଧି ଲାଗି ୨୬୨.୮୭ କୋଟି ଟଙ୍କା ମିଳିଛି। କ୍ଷତିପୂରଣ ରାଶି ଦେବା ଲାଗି ସଂଗ୍ରହ କରାଯାଉଥିବା ସେସ୍‌କୁ ପ୍ରତି ଦୁଇ ମାସରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଦେଉଛନ୍ତି। ଏହା ବାଦ ଆଜି ଅତିରିକ୍ତ ୭୫ ହଜାର କୋଟି ଟଙ୍କା ଜାରି କରାଯାଇଛି। ଗତ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)‌ରେ ମଧ୍ୟ ଋଣ ଜରିଆରେ ରାଜ୍ୟଗୁଡ଼ିକୁ ୧.୫୯ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ରାଶି ଜାରି କରାଯିବ ବୋଲି ଜିଏସ୍‌ଟି ପରିଷଦର ୪୩ତମ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଗତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଋଣ କରି ରାଜ୍ୟଗୁଡ଼ିକୁ ୧.୧୦ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଦେଇଥିଲେ। କରୋନା ମହାମାରୀ ପ୍ରଭାବରେ ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ରହିଥିବାରୁ ଆଶାନୁରୂପ ଟିକସ ଆଦାୟ ହୋଇପାରୁନାହିଁ। ତେଣୁ କ୍ଷତିପୂରଣ ରାଶି ଦେବା ଲାଗି ଋଣ ଉପରେ ନିର୍ଭର କରିବାକୁ ପଡ଼ୁଛି। ଦେଶରେ ପୂର୍ବରୁ ପ୍ରଚଳନରେ ଥିବା ୧୭ ପ୍ରକାର ପରୋକ୍ଷ ଟିକସକୁ ମିଶାଇ ଜିଏସ୍‌ଟି ଲାଗୁ କରାଯାଇଛି। ଏହି ସବୁ ଟିକସ ଉଚ୍ଛେଦ ହେବା ଯୋଗୁଁ ରାଜ୍ୟଗୁଡ଼ିକ ଯେଉଁ କ୍ଷତି ସହୁଛନ୍ତି ତାହାକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଭରଣା କରିବା ଲାଗି ସ୍ବତନ୍ତ୍ର ଆଇନ ଅଣାଯାଇଛି। ଚଳିତ ଆର୍ଥିକ ବର୍ଷ ଲାଗି ଦିଆଯିବାକୁ ଥିବା ୧.୫୯ ଲକ୍ଷ କୋଟି ଟଙ୍କା ମଧ୍ୟରୁ ଗୋଟିଏ କିସ୍ତିରେ ଆଜି ଅଧା ରାଶି ଦିଆଯାଇଛି। ବର୍ଷର ଦ୍ବିତୀୟ ଭାଗରେ ବଳକା ରାଶି ଜାରି କରାଯିବ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe