ଓଡ଼ିଶା ଅକ୍ଷୟଶକ୍ତି‌ କ୍ଷମତା ୧୪୦ ଗିଗାୱାଟ୍‌: ଟାସ୍କଫୋର୍ସ, ଉତ୍କର୍ଷ କେନ୍ଦ୍ର ହେବ

Advertisment

୨୦୩୦ ସୁଦ୍ଧା ୫୦୦ ଗିଗା୍ୱାଟ୍‌ ଅକ୍ଷୟଶକ୍ତି ଉତ୍ପାଦନ ଲକ୍ଷ୍ୟ ରହିଛି। ଓଡ଼ିଶାରେ ସୌରଶକ୍ତି ଓ ଗ୍ରିନ୍‌ ହାଇଡ୍ରୋଜେନ୍‌ କ୍ଷମତା ୧୪୦ ଗିଗାୱାଟ୍‌ ରହିଛି। ଏହି ସୁଯୋଗକୁ  ବାସ୍ତବତାରେ ପରିଣତ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ହବ୍‌ କରିବା ଯୋଜନା ହୋଇଛି।

୨୦୩୦ ସୁଦ୍ଧା ୫୦୦ ଗିଗା୍ୱାଟ୍‌ ଅକ୍ଷୟଶକ୍ତି ଉତ୍ପାଦନ ଲକ୍ଷ୍ୟ ରହିଛି। ଓଡ଼ିଶାରେ ସୌରଶକ୍ତି ଓ ଗ୍ରିନ୍‌ ହାଇଡ୍ରୋଜେନ୍‌ କ୍ଷମତା ୧୪୦ ଗିଗାୱାଟ୍‌ ରହିଛି। ଏହି ସୁଯୋଗକୁ  ବାସ୍ତବତାରେ ପରିଣତ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ହବ୍‌ କରିବା ଯୋଜନା ହୋଇଛି।

ଇରେଡା ଆଇପିଓକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର: ୨୦୩୦ ସୁଦ୍ଧା ୫୦୦ ଗିଗା୍ୱାଟ୍‌ ଅକ୍ଷୟଶକ୍ତି ଉତ୍ପାଦନ ଲକ୍ଷ୍ୟ ରହିଛି। ଓଡ଼ିଶାରେ ସୌରଶକ୍ତି ଓ ଗ୍ରିନ୍‌ ହାଇଡ୍ରୋଜେନ୍‌ କ୍ଷମତା ୧୪୦ ଗିଗାୱାଟ୍‌ ରହିଛି। ଏହି ସୁଯୋଗକୁ  ବାସ୍ତବତାରେ ପରିଣତ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ହବ୍‌ କରିବା ଯୋଜନା ହୋଇଛି। ଏଥିପାଇଁ ଅନେକ ପ୍ରସ୍ତାବ ଉପରେ ମାନସମନ୍ଥନ ହେଉଛି। ସେଗୁଡ଼ିକ ମଧ୍ୟରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଚାଷ ଜମି ଉପରେ ସୌର ପ୍ୟାନେଲ୍‌ ସ୍ଥାପନ। ୬ହଜାର ମେଗାୱାଟ୍‌ କ୍ଷମତା ବିଶିଷ୍ଟ ସୋଲାର ମଡ୍ୟୁଲ୍‌ସ୍‌, ‌ସୋଲାର୍‌ ସେଲ୍‌ସ୍‌, ଇନ୍‌ଗଟ୍‌ ୱାଫର ପ୍ରଭୃତି ଉତ୍ପାଦନ ପାଇଁ ‌ଢେଙ୍କାନାଳ ଜିଲ୍ଲାରେ ଏକ ସଂସ୍ଥା ଜରିଆରେ ୯ ହଜାର କୋଟି ପୁଞ୍ଜିନିବେଶ ପାଇଁ ଲକ୍ଷ୍ୟ ରହିଥିବା ବେଳେ ଭୁବନେଶ୍ବର ଇନ୍‌ଫୋଭ୍ୟାଲି-୨ରେ ମଧ୍ୟ ୧୦୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଶିଳ୍ପ ପ୍ରତିଷ୍ଠା ହେବାକୁ ଯୋଜନା ହୋଇଛି। ଏଥିରେ ୭୩୦ କୋଟି ପୁଞ୍ଜି ନିବେଶ ହେବ। ଯେତେ ସବୁ ପ୍ରସ୍ତାବ ରହିଛି ସେ ସବୁକୁ ବାସ୍ତବତାରେ ପରିଣତ କରିବା ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ ହେବ ବୋଲି କହିଛନ୍ତି କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ୱେଲ୍‌କମ୍‌ ହୋଟେଲ୍‌ ପରିସରରେ ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିର-୨୦୨୪ର ଉଦ୍‌ଯାପନୀ ଉତ୍ସବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିବା ସହ ଓଡ଼ିଶାକୁ ଫୋକସ୍‌ରେ ରଖାଯାଇଥିବା ସୂଚନା ଦେଇଛନ୍ତି। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଓଡ଼ିଶା‌ର ଗୋପାଳପୁର ଓ ପାରାଦୀପରେ ପ୍ରସ୍ତୁତ ହେବାକୁ ଥିବା ଗ୍ରିନ୍‌ଏନର୍ଜି ହବ୍‌ ସମ୍ବନ୍ଧରେ ସୂଚନା ଦେଇଥିଲେ। 

ଦେଶର ଅକ୍ଷୟଶକ୍ତିର ସୁଯୋଗ ଥିବା ୧୨ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ। ପୂର୍ବରୁ ଗୁଜୁରାଟରେ ହୋଇଥିବା ନିବେଶକ ବୈଠକରେ ଅକ୍ଷୟଶକ୍ତିର ବିକାଶକୁ ନେଇ ମାନସମନ୍ଥନ ହୋଇଥିଲା। ୩୭୦ ଗିଗାୱାଟ୍‌ ବିଦ୍ୟୁତ ଉତ୍ପାଦନ ପାଇଁ ଏସବୁ ରାଜ୍ୟରୁ ପ୍ରସ୍ତାବ ମିଳିଥିଲା। ହେଲେ ସେଥିରେ କେତେକ ଦ୍ବନ୍ଦ୍ବ ଥିଲା। ଅଧିକାଂଶ ରାଜ୍ୟରେ ଅକ୍ଷୟଶକ୍ତିକୁ ନେଇ ‘ଷ୍ଟେଟ୍‌ ପାୱାର ପରଚେଜ୍‌ ଏଗ୍ରିମେଣ୍ଟ’ ହେଉନଥିବା ଦେଖାଯାଇଥିଲା। ଏ ସବୁର ସମାଧାନ କରି ଅକ୍ଷୟଶକ୍ତିର ବିକାଶ ପାଇଁ ସୁଯୋଗ ସୃଷ୍ଟି କରାଯିବାକୁ ଯୋଜନା ହୋଇଛି। ମନ୍ତ୍ରାଳୟ, ରାଜ୍ୟ ସରକାରଙ୍କ ପ୍ରତିନିଧି ଓ ଅନ୍ୟ ଅଂଶୀଦାରଙ୍କୁ ନେଇ ଗଠନ ହେବାକୁ ଥିବା ଟାସ୍କଫୋର୍ସ ଅକ୍ଷୟଶକ୍ତିର ବିକାଶ ରାସ୍ତାରେ ଥିବା ସମସ୍ତ ବାଧକ ଦୂର କରିବ। ଏ ନେଇ ଏକ ଉତ୍କର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହେବ। ଏହା ସହିତ ଷ୍ଟାର୍ଟଅପ୍‌କୁ ଉତ୍ସାହିତ ପାଇଁ ହ୍ୟାକାଥନ୍‌ ହେବ। ନଭେମ୍ବର ଶେଷ ସୁଦ୍ଧା ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ୫ ଲକ୍ଷ ଇନ୍‌ଷ୍ଟଲେସନ ହେବ ବୋଲି ସେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe