ନିବେଶ ପାଇଁ ଆହୁରି ଆକର୍ଷଣୀୟ ହେବ ଓଡ଼ିଶା

Advertisment
ନିବେଶ ପାଇଁ ଆହୁରି ଆକର୍ଷଣୀୟ ହେବ ଓଡ଼ିଶା

ଭୁବନେଶ୍ବର : ରାଜ୍ୟ ସଂସ୍କାର ଆକ୍ସନ ପ୍ଲାନ୍‌-୨୦୨୦କୁ ଇପିକଲ୍‌ କାର୍ଯ୍ୟକାରୀ କରିଛି। ଅତୀତରେ ଏହା ଜିଲ୍ଲା ସଂସ୍କାର ଆକ୍ସନ ପ୍ଲାନ୍‌କୁ ସଫଳତାର ସହ କାର୍ଯ୍ୟକାରୀ କରିବା ପରେ ଅତିରିକ୍ତ ୧୪୨୯ କୋଟି ଟଙ୍କା ଋଣ କରିବାକୁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ହାସଲ କରିଥିଲା। ରାଜ୍ୟ ସଂସ୍କାର ଆକ୍ସନ ପ୍ଲାନ୍ ହେଉଛି କେନ୍ଦ୍ର ସରକାରଙ୍କ ଡିପିଆଇଆଇଟି ତରଫରୁ ଦିଆଯାଇଥିବା ୩୦୧ଟି ସୁପାରିସ୍‌ ତାଲିକା ମଧ୍ୟରୁ ଗୋଟିଏ। ଶିଳ୍ପ ସଂସ୍ଥା ସ୍ଥାପନ କରିବା ଏବଂ ପରିଚାଳନାକୁ ସୁଗମ କରି ବ୍ୟବସାୟ ବାତାବରଣରେ ଉନ୍ନତି ଆଣିବା ଲାଗି ଏହି ସବୁ ସୁପାରିସ୍‌ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି। ଏହି ସଂସ୍କାରକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଥିବାରୁ ନିବେଶ ପାଇଁ ଓଡ଼ିଶା ଆହୁରି ଆକର୍ଷଣୀୟ ହୋଇପାରିବ ବୋଲି ଆଶା କରାଯାଉଛି।

ରାଜ୍ୟ ସଂସ୍କାର ଆକ୍ସନ ପ୍ଲାନ୍ କାର୍ଯ୍ୟକାରୀ କରିବା ଲାଗି ଇକିପଲ୍‌ ୧୮ଟି ବିଭାଗ ଓ ସଂସ୍ଥା ସହ ସମନ୍ବୟ ରକ୍ଷା କରିଥିଲା। ନିବେଶ କରିବା, ଶ୍ରମରେ ସଂସ୍କାର ଆଣିବା କ୍ଷେତ୍ର ଭିତିକ ସଂସ୍କାର, ଜନ ସଂଗ୍ରହ ଏବଂ ବାଣିଜ୍ୟିକ ବିବାଦ ସମାଧାନ ଆଦି ଉପାଦାନ ଏହି ସଂସ୍କାର ପ୍ରକ୍ରିୟାର ପ୍ରମୁଖ ଅଂଶ ଥିଲା। ଏହି ସଂସ୍କାର ଦ୍ବାରା ରାଜ୍ୟର ବିଭିନ୍ନ ବିଭାଗ ଓ ସଂସ୍ଥା ଅନ୍‌ଲାଇନ୍‌ରେ ଓ ଠିକ୍ ସମୟରେ ‌ସେବା ଯୋଗାଇପାରିବେ। ଇପିକଲ୍‌ ତରଫରୁ ରାଜ୍ୟର ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ଗୋ-ସ୍ବିଫ୍‌ଟରେ ସଫଳତାର ସହ ୫ଟି ବିଭାଗର ୯ଟି ସେବାକୁ ଯୋଡ଼ାଯାଇଛି। ରାଜ୍ୟ ସଂସ୍କାର ଆକ୍ସନ ପ୍ଲାନ୍ କାର୍ଯ୍ୟକାରୀ କରିବା ବେଳେ ଅଣାଯାଇଥିବା ଏକ ପ୍ରମୁଖ ସଂସ୍କାର ହେଉଛି ୮ଟି ସେବାରେ ଅନ୍‌ଲାଇନ୍ ସ୍ବୟଂକ୍ରିୟ ନବୀକରଣ କିମ୍ବା ସାର୍ଟିଫିକେଟ୍/ମଂଜୁରି ଓ ଲାଇସେନ୍ସର ନବୀକରଣ ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe