ଓଡ଼ିଆ ଯୁବ ଉଦ୍ୟୋଗୀ ଆନନ୍ଦଙ୍କୁ ତାଲିମ ଦେବେ ଆଲିବାବା ମୁଖ୍ୟ

Advertisment
ଓଡ଼ିଆ ଯୁବ ଉଦ୍ୟୋଗୀ ଆନନ୍ଦଙ୍କୁ ତାଲିମ ଦେବେ ଆଲିବାବା ମୁଖ୍ୟ

ଭୁବନେଶ୍ବର: ଯୁବ ଓଡ଼ିଆ ଉଦ୍ୟୋଗୀ ଆନନ୍ଦ କୁମାର ମିଶ୍ର ଚୀନ୍‌ର ସର୍ବବୃହତ କଂପାନି ଆଲିବାବାର ମୁଖ୍ୟ ଜ୍ୟାକ୍ ମା’ଙ୍କ ଅଧୀନରେ ତାଲିମ ଗ୍ରହଣ କରିବାର ସୁଯୋଗ ହାସଲ କରିଛନ୍ତି। ବିଶ୍ବର ହାତଗଣତି ୪୦ ଜଣଙ୍କୁ ଏହି ସୁଯୋଗ ମିଳିଛି। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଆନନ୍ଦ। ଜ୍ୟାକ୍‌ ମା’ ଏହି ଯୁବ ଉଦ୍ୟୋଗୀମାନଙ୍କୁ ବ୍ୟବସାୟରେ କିଭଳି ସଫଳତା ହାସଲ କରିହେବ, ସେହି କଳା ଶିଖାଇବେ। ଜ୍ୟାକ୍‌ ମା’ଙ୍କ ଇ-ଫାଉଣ୍ଡର୍ସ ଫେଲୋସିପ୍ ପାଇଁ ଆନନ୍ଦ ମନୋନୀତ ହୋଇଛନ୍ତି। ଏହା ହେଉଛି ଏକ ଦୁଇ ସପ୍ତାହ ବିଶିଷ୍ଟ ତାଲିମ ଓ ମେଣ୍ଟରିଂ କାର୍ଯ୍ୟକ୍ରମ ଯାହାକୁ ପରିଚାଳନା କରିବେ ଜ୍ୟାକ୍ ମା’। ୟୁନାଇଟେଡ୍‌ ନେସନ୍ସ କନ୍‌ଫରେନ୍ସ ଅନ୍ ଟ୍ରେଡ୍‌ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ୍‌ (ୟୁଏନ୍‌ସିଟିଏଡି) ଓ ଆଲିବାବାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ନଭେମ୍ବର ୯ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ପାଇଁ ଭାରତ, ବାଲାଂଦେଶ, କାମ୍ବୋଡିଆ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ପାକିସ୍ତାନ, ଫିଲିପାଇନ୍ସ, ସିଙ୍ଗାପୁର, ଶ୍ରୀଲଙ୍କା ଆଦି ଦେଶରୁ ଉଦ୍ୟୋଗୀଙ୍କୁ ଚୟନ କରାଯାଇଛି। ଆନନ୍ଦ ହେଉଛନ୍ତି ‘ଗ୍ରୋଜିପ୍‌’ ନାମକ ସଂସ୍ଥାର ପ୍ରତିଷ୍ଠାତା ଯାହା ଏକ ଇ-କମର୍ସ କଂପାନି। ଏହା ଲୋକମାନଙ୍କ ଘରେ ଘରେ ବିଭିନ୍ନ ପ୍ରକାର ସାମଗ୍ରୀ ପହଞ୍ଚାଉଛି। ଓମ୍‌ଫେଡ୍ ସହିତ ଏହାର ସ୍ବତନ୍ତ୍ର ବୁଝାମଣା ଅଛି। ‌ଏହା ଦେଶବିଦେଶରେ ଥିବା ଲୋକମାନଙ୍କ ପାଖରେ ଓମ୍‌ଫେଡ୍‌ ସାମଗ୍ରୀ ସମେତ ହଜାର ହଜାର ପ୍ରକାର ସାମଗ୍ରୀ ପହଞ୍ଚାଉଛି। ଓଡ଼ିଶାରେ ଗ୍ରୋଜିପ୍‌ର ସେବା ଭୁବନେଶ୍ବର, କଟକ ଓ ଆଉ କିଛି ସହରରେ ରହିଛି। କଂପାନି ଏହାର କାରବାର ସମ୍ପ୍ରସାରଣ କରିବାକୁ ‌େଯାଜନା ରଖିଛି।

କଟକରେ ଜନ୍ମ ଗ୍ରହଣ କରିଥିବା ଆନନ୍ଦ କହିଛନ୍ତି ଓଇସିରୁ ପାସ୍ କରିବା ପରେ ମୁଁ ଏକ ବହୁଦେଶୀୟ କଂପାନିରେ ଯୋଗ ଦେଇଥିଲେ। ଏହା ପରେ ଗୁଗୁଲ୍‌ର ଏକ ପ୍ରକଳ୍ପ ପାଇଁ ଓଡ଼ିଶାରେ କାମ କରୁଥିଲି। ୨୦୧୪ରେ ଉଦ୍ୟୋଗୀ ହେବାକୁ ମନସ୍ଥ କରିଥିଲି। ଏହାପରଠାରୁ ଗ୍ରୋଜିପ୍‌କୁ ସ୍ଥାପନ କରିବା ପାଇଁ ଅନେକ ପରିଶ୍ରମ ଓ ଉଦ୍ୟମ କରିଥିଲି। ଆମର ସେବା ଲୋକଙ୍କ ଘରେ ଘରେ ପହଞ୍ଚିପାରିଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe