ଓଡ଼ିଶାର ରବି ଏନ୍‌ ମିଶ୍ର ହେଲେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

Advertisment
ଓଡ଼ିଶାର ରବି ଏନ୍‌ ମିଶ୍ର ହେଲେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

Picture Courtesy: Twitter/Indian Overseas Bank

ଭୁବନେଶ୍ୱର: ଓଡ଼ିଶାର ରବି ଏନ୍‌ ମିଶ୍ରଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେଇଛି। ପୂର୍ବରୁ ସେ କେନ୍ଦ୍ରୀୟ ବ୍ୟାଙ୍କର ରିସ୍କ ମ୍ୟାଜେନମେଣ୍ଟ ବିଭାଗରେ ପ୍ରିନ୍ସପାଲ ଚିଫ ଜେନେରାଲ ମ୍ୟାନେଜର ପଦରେ ଥିଲେ। ରବି ମିଶ୍ରଙ୍କୁ ପଦୋନ୍ନତି ଦିଆଯାଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି। ସୂଚନାଯୋଗ୍ୟ ବ୍ୟାଙ୍କର ରୋଜମେରୀ ସେବାଷ୍ଟାଇନ୍‌ଙ୍କ ଅବସର ପରେ ଏହି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦ ଖାଲି ପଡ଼ିଥିଲା।

publive-image

ରିଜର୍ଭ ବ୍ୟାଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସ୍ୱତନ୍ତ୍ର କ୍ୟାଡରରେ ଶ୍ରୀ ମିଶ୍ରଙ୍କୁ ଅବସ୍ଥାପିତ କରାଯିବ । ଏହି କ୍ୟାଡର ଚେନ୍ନାଇରେ ଗତ ମେ’ ମାସ ୨୧ରେ ଆୟୋଜିତ ସେଣ୍ଟ୍ରାଲ ବୋର୍ଡ ମିଟିଙ୍ଗର ନିଷ୍ପତ୍ତି କ୍ରମେ ସୃଷ୍ଟି କରାଯାଇଥିଲା। ଏତଦ୍‌ ବ୍ୟତୀତ ଶ୍ରୀ ମିଶ୍ର ଅନ୍ୟ ବିଭାଗଗୁଡ଼ିକ (କର୍ପୋରେଟ ବ୍ୟାଙ୍କ, ଅନ୍ୟାନ୍ୟ ନନ୍‌-ବ୍ୟାଙ୍କିଙ୍ଗ ଫାଇନାନସିଆଲ କମ୍ପାନୀ) ଉପରେ ମଧ୍ୟ ଦୃଷ୍ଟି ଦେବେ ବୋଲି  ସୂତ୍ରରୁ ଜଣାପଡ଼ିଛି।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe