ଭୁବନେଶ୍ବର,: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ତଳସିଙ୍ଗି ଗ୍ରାମର ଜ୍ଞାନ ପାଣିଗ୍ରାହୀଙ୍କୁ ବଡ଼ ଧରଣର ସଫଳତା ମିଳିଛି। ଆୟର୍ଲାଣ୍ଡର ଉତ୍ତର ପଶ୍ଚିମ ଅଞ୍ଚଳ ପାଇଁ ଆରମ୍ଭ ହୋଇଥିବା ସାଇବର ସିକ୍ୟୁରିଟି ଚାପ୍ଟର ବା ୱେବ ଆପ୍ଲିକେସନ ସିକ୍ୟୁରିଟି ପ୍ରକଳ୍ପ ଲେଟରକେନିର ଲିଡରଭାବେ ଶ୍ରୀ ପାଣିଗ୍ରାହୀ ନିଯୁକ୍ତି ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ପାଣିଗ୍ରାହୀ ଡିଷ୍ଟ୍ରିକ୍ଟ ଚାପ୍ଟର ଉଦ୍ଘାଟନ କରିବା ସହିତ ସଫ୍ଟଓୟାର ପ୍ରଫେସନାଲ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ସାଇବର ସିକ୍ୟୁରିଟି ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ, ପ୍ରଫେସନାଲ, ସରକାରୀ ଅଧିକାରୀ, କମ୍ପାନି ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us