ଓଇସିଡି ରିପୋର୍ଟ: ଏଆଇ ପାଇଁ ବିପଦରେ ୨୭% ଚାକିରି

Advertisment
ଓଇସିଡି ରିପୋର୍ଟ: ଏଆଇ ପାଇଁ ବିପଦରେ ୨୭% ଚାକିରି

ZDNET

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଭାବରେ ପ୍ରାୟ ୨୭ ପ୍ରତିଶତ ଚାକିରି ପ୍ରତି ବଡ଼ ଧରଣର ବିପଦ ରହିଛି ବୋଲି ପ୍ୟାରିସ୍‌ଭିତ୍ତିକ ସଂସ୍ଥା ଅର୍ଥନୈତିକ ସହଯୋଗିତା ଓ ବିକାଶ ସଂଗଠନ (ଓଇସିଡି) ପକ୍ଷରୁ କୁହାଯାଇଛି। ଏହି ସଂସ୍ଥା ଜଣାଇଛି ଯେ ଏଭଳି ବହୁ ଚାକିରି ରହିଛି ଯାହା ଏଆଇ ଜରିଆରେ ସ୍ବୟଂକ୍ରିୟ ହୋଇପାରିବ। ଫଳରେ ସେଥିରେ କାମ କରୁଥିବା କର୍ମଚାରୀମାନେ ଚାକିରି ହରାଇବେ।

ଏଆଇ ବିପ୍ଳବ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ନିଯୁକ୍ତିକୁ ତାହା ଗୁରୁତର ଭାବେ ପ୍ରଭାବିତ କରିବାର ଆଶଙ୍କା ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ବଡ଼ ଧରଣର ଘଟଣା ସାମ୍ନାକୁ ଆସିନାହିଁ। ଏହି ପ୍ରଯୁକ୍ତି ପ୍ରଭାବରେ ଓଇସିଡି ଅଧୀ-ନରେ ଥିବା ୩୮ଟି ଦେଶର ୨୭ ପ୍ରତିଶତ ଚାକିରି ପ୍ରତି ବିପଦ ରହିଛି ବୋଲି ଆକଳନ କରାଯାଇଛି। ଏହା ଦ୍ବାରା ପୂର୍ବ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ପ୍ରାୟ ୧୦୦ ପ୍ରକାର କୌଶଳକୁ ଅତି ସହଜରେ ଏଆଇ ମାଧ୍ୟମରେ ସ୍ବୟଂକ୍ରିୟ କରାଯାଇପାରିବ। ସେଥିରୁ ୨୫ ପ୍ରକାର କୌଶଳର ଅଧିକାରୀ ଥିବା କର୍ମଚାରୀମାନଙ୍କ ଚାକିରି ପ୍ରତି ଅଧିକ ବିପଦ ରହିଛି। ଗତବର୍ଷ ଓଇସିଡି କରିଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଆସନ୍ତା ୧୦ ବର୍ଷରେ ଏଆଇ ପ୍ରଭାବରେ ଚାକିରି ଚାଲିଯିବ ବୋଲି ପ୍ରତି ପାଞ୍ଚ ଜଣରୁ ତିନି ଜଣ ଲୋକ ଭାବୁଛନ୍ତି। ଓଇସିଡି ଅଧୀନରେ ଥିବା ସାତଟି ଦେଶର ୨୦୦୦ ସଂସ୍ଥାର ୫୩୦୦ କର୍ମଚାରୀଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା।

ବିଶ୍ବର ସବୁଠୁ ଚର୍ଚ୍ଚିତ ଏଆଇ ଟୁଲ୍ ଚାଟ୍‌ଜିପିଟି ଆସିବା ପରେ ଚାକିରି ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଥିଲେ। ଯଦିଓ ଏହାକୁ ନେଇ କର୍ମଚାରୀଙ୍କ ମନରେ ଭୟ ରହିଛି, କିନ୍ତୁ ଏଆଇ ଟୁଲ୍‌କୁ ନେଇ କାମ କରୁଥିବା ଦୁଇ ତୃତୀୟାଂଶ କର୍ମଚାରୀ କହିଛନ୍ତି ଯେ ସେମାନଙ୍କ କାମ ସହଜ ହୋଇଛି ଓ ଚାକିରି ପ୍ରତି ଅଧିକ ବିପଦ ରହିଛି ବୋଲି ସେମାନେ ଭାବୁନାହାନ୍ତି। ଉଲ୍ଲେଖଯୋଗ୍ୟ, ଏଆଇ ପ୍ରଭାବରେ ୩୦ କୋଟି ଚାକିରି ପ୍ରତି ବିପଦ ରହିଛି ବୋଲି ଗୋଲ୍ଡମ୍ୟାନ୍‌ ସଚ୍‌ସ ଆକଳନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe