OECD report: ଓଇସିଡି ରିପୋର୍ଟ: ଭାରତ ବିଶ୍ବ ଶ୍ରମଶକ୍ତିର ମେରୁଦଣ୍ଡ

ଭାରତୀୟମାନେ ଦୁନିଆର ଅଧିକାଂଶ କାମ କରୁଛନ୍ତି। ଏକଥା ଅନ୍ତର୍ଜାତୀୟ ସଂସ୍ଥା ଓଇସିଡିର ଏକ ରିପୋର୍ଟ କହୁଛି। ବିଶ୍ବ ଶ୍ରମଶକ୍ତିର ମେରୁଦଣ୍ଡ ମାଲଟିଛି ଭାରତ। ଏହା ସାରା ଦୁନିଆକୁ ଶ୍ରମିକ ଯୋଗାଉଛି।

labour

Photograph: (NDTV)

ନୂଆଦିଲ୍ଲୀ: ଭାରତୀୟମାନେ ଦୁନିଆର ଅଧିକାଂଶ କାମ କରୁଛନ୍ତି। ଏକଥା ଅନ୍ତର୍ଜାତୀୟ ସଂସ୍ଥା ଓଇସିଡିର ଏକ ରିପୋର୍ଟ କହୁଛି। ବିଶ୍ବ ଶ୍ରମଶକ୍ତିର ମେରୁଦଣ୍ଡ ମାଲଟିଛି ଭାରତ। ଏହା ସାରା ଦୁନିଆକୁ ଶ୍ରମିକ ଯୋଗାଉଛି। ହସ୍ପିଟାଲ୍‌ ହେଉ କିମ୍ବା ପ୍ରଯୁକ୍ତି ହବ୍, ପ୍ରଫେସନାଲ ହୁଅନ୍ତୁ କିମ୍ବା ଶ୍ରମିକ, ସବୁ ପ୍ରକାର ଶ୍ରମଶକ୍ତି ଯୋଗାଇବାରେ ଭାରତ ଆଗରେ ରହିଛି।  ୨୦୨୩ରେ ୬ ଲକ୍ଷରୁ ଅଧିକ ଭାରତୀୟ ଓଇସିଡି ଅଧୀନରେ ଥିବା ଦେଶଗୁଡ଼ିକୁ କାମ କରିବାକୁ ଯାଇଥିଲେ। ଗତବର୍ଷ ତୁଳନାରେ ଏହା ୮ ପ୍ରତିଶତ ଅଧିକ। ଏହି ରିପୋର୍ଟରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଆୟ ପାଇଁ କେବଳ ଅଣ କୁଶଳୀ ଓ ଅଳ୍ପ କୁଶଳୀ ନୁହନ୍ତି, ବରଂ କୁଶଳୀ ଶ୍ରମିକମାନେ ମଧ୍ୟ ଦେଶାନ୍ତରକୁ ଚୟନ କରୁଛନ୍ତି। 

ସାରା ଦୁନିଆକୁ ଡାକ୍ତର ଓ ନର୍ସ ଯୋଗାଇବାରେ ଭାରତ ସବୁଠୁ ଆଗରେ ରହିଛି। ୨୦୨୧ରୁ ୨୦୨୩ ମଧ୍ୟରେ ବିଦେଶକୁ ଯାଇଥିବା ପ୍ରତି ୧୦ ଡାକ୍ତର ଏବଂ ଏକ ତୃତୀୟାଂଶ ନର୍ସ ଭା‌ରତୀୟ ଥିଲେ। ଏହାବ୍ୟତୀତ ବୟସ୍କ ବ୍ୟକ୍ତିଙ୍କ ଯତ୍ନ, ନିର୍ମାଣ କାର୍ଯ୍ୟ ଓ ପ୍ରଯୁକ୍ତି କ୍ଷେତ୍ରରେ ନିୟୋଜିତ ହେବା ପାଇଁ ମଧ୍ୟ ଭାରତୀୟମାନେ ବିଦେଶ ଯାଉଛନ୍ତି। ଅଧିକ ଭାରତୀୟ ଡାକ୍ତର ଓ ନର୍ସ ବ୍ରିଟେନ, ଆୟରଲ୍ୟାଣ୍ଡ ଓ ଜର୍ମାନୀ ଯାଉଛନ୍ତି। ଅଷ୍ଟ୍ରେଲିଆକୁ ଯାଉଛନ୍ତି ଯତ୍ନ ପ୍ରଦାନକାରୀ ଓ ନର୍ସ। ସେହିପରି ଗ୍ରିସ୍‌ରେ ନିର୍ମାଣ ଓ ଚାଷ କାର୍ଯ୍ୟ କରିବାକୁ ଭାରତୀୟମାନେ ଯାଉଛନ୍ତି। ୨୦୨୫ରେ ଯତ୍ନ ପ୍ରଦାନ କରିବା ଓ ଶିକ୍ଷାଦାନ କ୍ଷେତ୍ର ପାଇଁ ଅଧିକ ଭାରତୀୟ ମହିଳା ବିଦେଶ ଯାଇଛନ୍ତି। ଶ୍ରମଶକ୍ତି ଯୋଗାଣ ଦେଇ ଅନେକ ଦେଶ ସହ ଭାରତ ସହଯୋଗିତା କରିଛି। ଓଇସିଡି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଭାରତ କେବଳ ଶ୍ରମିକ ପଠାଉନାହିଁ। ଏହା କୁଶଳୀ ଶ୍ରମିକ ରପ୍ତାନି କରୁଛି। ମେଡିକାଲ୍ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ସଫ୍ଟୱେର ଇଞ୍ଜିନିୟରଙ୍କ ପର୍ଯ୍ୟନ୍ତ ବିଭିନ୍ନ ଶ୍ରମଶକ୍ତି ପଠାଇ ଭାରତ ବିଶ୍ବର ମାନବ ସମ୍ବଳ ଅଭାବ ପୂରଣ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe