ଜେଟ୍‌ ଏୟାରୱେଜ୍‌ର ବଡ଼ ଅଫର୍‌: ମାତ୍ର ୯୬୭ ଟଙ୍କାରେ କରିହେବ ବିମାନ ଯାତ୍ରା

ଜେଟ୍‌ ଏୟାରୱେଜ୍‌ର ବଡ଼ ଅଫର୍‌: ମାତ୍ର ୯୬୭ ଟଙ୍କାରେ କରିହେବ ବିମାନ ଯାତ୍ରା

ନୂଆଦିଲ୍ଳୀ: ଭାରତର ବଡ଼ ବିମାନ କମ୍ପାନି ଜେଟ୍‌ ଏୟାରୱେଜ୍‌ ନିଜର ନୂଆ ଅଫର୍‌ ସଂପର୍କରେ ସୂଚନା ଜାରି କରିଛି। କମ୍ପାନି ପକ୍ଷରୁ ପ୍ରକାଶ ପାଇଥିବା ସୂଚନା ମୁତାବିକ ମାତ୍ର ୯୬୭ ଟଙ୍କାରେ ବିମାନ ଯାତ୍ରାର ମଜା ଉଠାଇ ହେବ। ଏହି ଅଫର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରିଜ୍‌ନାଲ୍‌ କନେକ୍ଟିଭିଟି ସ୍କିମ୍‌(ୟୁଡିଏନ୍‌) ଜରିଆରେ ଜାରି ହୋଇଛି। ଏହି ଅଫର୍‌ ଏୟାର୍‌ଲାଇନ୍‌ର ପ୍ରଥମ ବିମାନ ଜୁନ୍‌ ୧୪ ତାରିଖରେ ଉଡ଼ାଣ ଭରିବ। ପ୍ରଥମ ବିମାନ ଲକ୍ଷ୍ନୌ-ଆଲ୍ଲାବାଦ୍‌-ପାଟ୍‌ନା ସେକ୍ଟରରେ ଉଡ଼ିବ।

publive-image

ଲକ୍ଷ୍ନୌ-ଆଲ୍ଲାବାଦ୍‌-ପାଟ୍‌ନା ପାଇଁ ବିମାନ ଟିକେଟ ଦର ୯୬୭ ଟଙ୍କା ରହିଥିବା ବେଳେ ପାଟ୍‌ନା-ଆଲ୍ଲାବାଦ୍‌-ପାଟନା ପାଇଁ ଦର ରହିବ ୧,୨୧୬ ଟଙ୍କା। ଏହାବ୍ୟତୀତ ନାଗପୁର-ଆଲ୍ଲାବାଦ୍‌-ନାଗପୁର ପାଇଁ ଟିକେଟ୍‌ ଦର ରହିଛି ୧,୬୯୦ ଟଙ୍କା। ସେହିପରି ଇନ୍ଦୋର-ଆଲ୍ଲାବାଦ୍‌-ଇନ୍ଦୋର ପାଇଁ ଟିକେଟ୍‌ ଦର ରହିଛି ୧,୯୧୪ ଟଙ୍କା। ଏଥିମଧ୍ୟରୁ ସବୁଠାରୁ ଆକର୍ଷଣୀୟ ମାର୍ଗ ହେଉଛି ଦିଲ୍ଲୀ-ନାସିକ-ଦିଲ୍ଲୀ। ଏହି ମାର୍ଗ ପାଇଁ ଟିକେଟ ଦର ରହିଛି ୨,୬୬୫ ଟଙ୍କା। ଏବେ ଭିତରେ ମିଳିଥିବା ସୂଚନା ଅନୁସାରେ, ଏୟାର୍‌ ଲାଇନ ଏହି ସପ୍ତାହ ମଧ୍ୟରେ ଲକ୍ଷ୍ନୌ-ଆଲ୍ଲାବାଦ୍‌-ପାଟ୍‌ନା ମାର୍ଗରେ ବିମାନ ଉଡ଼ାଇବ। ଏହାପରେ ଏୟାର୍‌ ଲାଇନ୍‌ ଦିଲ୍ଲୀରୁ ନାସିକ, ନାଗପୁର, ଆଲ୍ଲାବାଦ୍‌, ଇନ୍ଦୋର, ଲକ୍ଷ୍ନୌ. ବରେଲି ଓ ଦିଲ୍ଲୀ ମାର୍ଗରେ ନିଜର ସେବା ପ୍ରଦାନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe