ଖିମ୍‌ଜୀ ଜୁଏଲର୍ସର ପୂଜା ଭାଇବ୍ସ ଅଫର

Advertisment
ଖିମ୍‌ଜୀର ଶୁଭ ଧନତେରସ୍‌ ଅଫର

ଭୁବନେଶ୍ବର: ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଦୁର୍ଗାପୂଜା ପାଇଁ ଆକର୍ଷଣୀୟ ‘ପୂଜା ଭାଇବ୍‌ସ’ ଅଫର ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକମାନେ ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍ ୨୫ ପ୍ରତିଶତ ରିହାତି ଏବଂ ହୀରା ଅଳଙ୍କାର ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ଚଳିତ ମାସ ୨୦ ତାରିଖରୁ ଖିମ୍‌ଜୀର ସମସ୍ତ ଷ୍ଟୋରରେ ଏହି ଅଫର ଉପଲବ୍ଧ ହେବ। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି ଯେ ଦୁର୍ଗାପୁଜା ଲୋକମାନଙ୍କ ହୃଦୟରେ ଏକ ମହତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଛି ଏବଂ ଏହା ପୃଥିବୀରେ ମା ଦୁର୍ଗାଙ୍କ ଆଗମନ ସହିତ ଆମ ପରିବାରକୁ ଖୁସିର ଭଣ୍ଡାର ଆଣିଥାଏ। ସେହି ଖୁସିକୁ ଦୁଇଗୁଣିତ କରିବାକୁ ଆମେ ଚେଷ୍ଟା କରିଛୁ ଓ ଆମର ଏହି ବିଶେଷ ଅଫର ପୂଜା ଋତୁରେ ଅଧିକ ରଙ୍ଗ ଯୋଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe