ଶନିବାର ବ୍ୟାଙ୍କ ବନ୍ଦ ଲାଗି ଅଫିସର ମହାସଂଘର ଦାବି

Advertisment
ଆଜିଠାରୁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ

hindi.news18.com

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବା ଲାଗି ଚଳିତ ମାସ ୧୭ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ସପ୍ତାହନ୍ତ ସଟ୍‌ଡାଉନ୍ ମଧ୍ୟ ରହୁଛି। ସଟ୍‌ଡାଉନ୍‌ରେ ବ୍ୟାଙ୍କ ଖୋଲିବା ନେଇ କୌଣସି ନିର୍ଦିଷ୍ଟ ନିର୍ଦେଶନାମା ନାହିଁ। ଏହା ପୂର୍ବରୁ ଦୁଇଟି ଶନିବାର ବ୍ୟାଙ୍କ ଖୋଲା ରହିବାରୁ କିଛି କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାକୁ ନଜରରେ ରଖି ଆସନ୍ତା ୫ ତାରିଖ (ଶନିବାର)କୁ ଛୁଟି ଘୋଷଣା କରିବା ଲାଗି ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ ପକ୍ଷରୁ ଦାବି କରାଯାଇଛି। ଗତ ଦୁଇ ଶନିବାରରେ ମାତ୍ର ୨% ଗ୍ରାହକ ବ୍ୟାଙ୍କକୁ ଆସିଛନ୍ତି। ସପ୍ତାହନ୍ତରେ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ବ୍ୟ‌ାଙ୍କ ବନ୍ଦ ରଖିବାକୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe