ଭୁବନେଶ୍ୱର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ (ଏଓଓଜିବିଓ)ର ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଏସ୍.କେ. ବାସା ସଭା ପରିଚାଳନା କରିଥିଲେ ଓ ସାଧାରଣ ସମ୍ପାଦକ ପି.କେ. ଭଞ୍ଜ ବର୍ତ୍ତମାନ ଓଡ଼ିଶାରେ ଥିବା ୨ଟି ପ୍ରମୁଖ ଗ୍ରାମ୍ୟ ବ୍ୟାଙ୍କ ଯଥା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏବଂ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ ଉପରେ ଆଲୋଚନା କରିଥିଲେ। ଏହି ସଭାରେ ସମ୍ପାଦକ ମହେଶ୍ୱର ମହାରଣା, କାର୍ଯ୍ୟକାରୀ ସଭାପତି ନୀଳକଣ୍ଠ ବିଶ୍ୱାଳ, ଦେବୀଦାସ ମହାନ୍ତି, ଅକ୍ଷୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ। ଅବସରପ୍ରାପ୍ତ ଅଫିସର ମନୋଜ ମହାନ୍ତି, ଶ୍ୟାମସୁନ୍ଦର ଦାଶ ମଧ୍ୟ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us