ଘରୋଇ ସଂସ୍ଥା ପେଟ୍ରୋଲ୍‌ ପମ୍ପ୍‌ରେ ତେଲ ୧ ଟଙ୍କା ଶସ୍ତା: ସରକାରୀ ପେଟ୍ରୋଲ୍‌ ପମ୍ପ୍‌ରେ ଗତବର୍ଷରୁ ବଦଳିନି ଦାମ୍

Advertisment
ଘରୋଇ ସଂସ୍ଥା ପେଟ୍ରୋଲ୍‌ ପମ୍ପ୍‌ରେ ତେଲ ୧ ଟଙ୍କା ଶସ୍ତା: ସରକାରୀ ପେଟ୍ରୋଲ୍‌ ପମ୍ପ୍‌ରେ ଗତବର୍ଷରୁ ବଦଳିନି ଦାମ୍

Business Today

ନୂଆଦିଲ୍ଲୀ: ଘରୋଇ ସଂସ୍ଥାର ପେଟ୍ରୋଲ୍‌ ପମ୍ପ୍‌ରେ ତେଲ ପକାଉଥିବା ଗ୍ରାହକମାନେ ଲିଟର ପିଛା ୧ ଟଙ୍କା ଲାଭରେ ରହୁଛନ୍ତି। ଜିଓ-ବିପି ଓ ନାୟରା ଏନର୍ଜି ଭଳି ସଂସ୍ଥାର ପେଟ୍ରୋଲ୍‌ ପମ୍ପ୍‌ରେ ସରକାରୀ କଂପାନିର ପେଟ୍ରୋଲ୍‌ ପମ୍ପ୍‌ ତୁଳନାରେ ୧ ଟଙ୍କା କମ୍ ଦାମ୍‌ରେ ପେଟ୍ରୋଲ ଓ ଡିଜେଲ୍‌ ବିକ୍ରି ହେଉଛି।
ତିନି ସରକାରୀ ତୈଳ କଂପାନି ହେଉଛନ୍ତି ଇଣ୍ଡିଆନ ଅଏଲ୍‌, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍। ଦେଶରେ ୮୬,୯୨୫ ପେଟ୍ରୋଲ୍ ପମ୍ପ୍‌ ଥିବା ବେଳେ ସେଥିରୁ ୭୮,୫୬୭ଟି ପେଟ୍ରୋଲ୍‌ ପମ୍ପ୍‌ ସରକାରୀ କଂପାନିଙ୍କ ପାଖରେ ରହିଛି। ନାୟରା ଏନର୍ଜି ପାଖରେ ମାତ୍ର ୭ ପ୍ରତିଶତ ପେଟ୍ରୋଲ୍ ପମ୍ପ୍ ଅଛି।

କଂପାନି ଏହାର ପେଟ୍ରୋଲ୍‌ ପମ୍ପ୍‌ରେ ସରକାରୀ ଦରଠାରୁ ୧ ଟଙ୍କା କମ୍ ଦାମ୍‌ରେ ତେଲ ବିକ୍ରି କରୁଛି। ୧୦ଟି ରାଜ୍ୟରେ ଥିବା କଂପାନିର ପେଟ୍ରୋଲ୍ ପମ୍ପ୍‌ରେ ଏହି ସୁବିଧା ମିଳୁଛି। ରିଲାଏନ୍ସ ଅଧୀନରେ ପରିଚାଳିତ ହେଉଥିବା ଜିଓ-ବିପି ପେଟ୍ରୋଲ୍‌ ପମ୍ପ୍‌ରେ ଡିଜେଲ୍‌ ଉପରେ ୧ ଟଙ୍କାର ରିହାତି ପ୍ରଦାନ କରାଯାଉଛି।
ସରକାରୀ ତୈଳ କଂପାନିର ପେଟ୍ରୋଲ୍ ପମ୍ପ୍‌ରେ ବିକ୍ରି ହେଉଥିବା ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ଗତବର୍ଷ ଏପ୍ରିଲ୍‌ରୁ ଅପରିବର୍ତ୍ତିତ ରହିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୭୭ ଡଲାର ସ୍ତରକୁ ଖସିଥିଲେ ମଧ୍ୟ ତେଲ ଦାମ୍‌ରେ ହ୍ରାସ ହେଉନାହିଁ। କିନ୍ତୁ ଏହାର ଲାଭ ଗ୍ରାହକମାନଙ୍କ ପାଖରେ ପହଞ୍ଚାଇବା ଲାଗି ଘରୋଇ କଂପାନିଗୁଡ଼ିକ ତେଲ ଦାମ୍‌ ଉପରେ ରିହାତି ‌ଦେବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe