ଆମେରିକା-ଇରାନ ଯୁଦ୍ଧ ହେଲେ ତେଲ ଦର ବଢ଼ିବ

Advertisment
ଆମେରିକା-ଇରାନ ଯୁଦ୍ଧ ହେଲେ ତେଲ ଦର ବଢ଼ିବ

Eurasia Review

ଲଣ୍ଡନ: ଆମେରିକା ସେନାର ଏକ ଡ୍ରୋନକୁ ଇରାନ ପକ୍ଷରୁ ଖସାଇ ଦିଆଯିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ସେମାନଙ୍କ ଭିତରେ ଯୁଦ୍ଧ ହେବ ତେବେ ତେଲ ବଜାରରେ ନିଆଁ ଲାଗିଯିବ। ଇରାନ ପକ୍ଷରୁ ଆମେରିକାର ଡ୍ରୋନ୍‌କୁ ଆକ୍ରମଣ କରି ଖସାଇ ଦିଆଯିବା ପରେ ତେଲ ଦରରେ ୩% ବୃଦ୍ଧି ହୋଇଛି। ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୬୩ ଡଲାର ହୋଇଯାଇଛି। ଯଦି ଯୁଦ୍ଧ ହେବ ତେବେ ତେଲ ଦର କେତେ ବଢ଼ିବ ତାହା ସହଜରେ ଅନୁମାନ କରାଯାଇପାରିବ।

ଇରାନ ଓ ଆମେରିକା ଭିତରେ ଯୁଦ୍ଧ ହେଲେ ମଧ୍ୟ ପ୍ରାଚ୍ୟ ଅଞ୍ଚଳରେ ସଙ୍କଟ ଦେଖାଦେବ। ବିଶ୍ବର ସର୍ବାଧିକ ତେଲ ଏହି ଅଞ୍ଚଳରେ ଉତ୍ପାଦନ ହେଉଛି। ଏହା ଦ୍ବାରା ତେଲ ଯୋଗାଣ ପ୍ରଭାବିତ ହୋଇ ଦର ବହୁତ ବଢ଼ିଯିବ ଯାହା ଭାରତ ଭଳି ତେଲ କିଣି ବ୍ୟବହାର କରୁଥିବା ଦେଶ ପାଇଁ ଆଦୌ ଭଲ ଖବର ନୁହେଁ। ଗତ କିଛି ମାସ ଭିତରେ ମଧ୍ୟ ପ୍ରାଚ୍ୟରେ ତେଲ ପରିବହନ କରୁଥିବା ଟ୍ୟାଙ୍କରଗୁଡ଼ିକ ଉପରେ ଆକ୍ରମଣ ବଢ଼ିଯାଇଛି। ଇରାନ ଏହି ସବୁ ଆକ୍ରମଣ କରୁଥିବା ଆମେରିକା ଦାବି କରୁଥିଲେ ମଧ୍ୟ ଇରାନ ସେହି ଦାବିକୁ ଖଣ୍ଡନ କରୁଛି। କିଛି ଦିନ ହେଲାଣି ଅଶୋଧିତ ତେଲ ଦରରେ ହ୍ରାସର ଧାରା ଜାରି ରହିଥିଲା। ଗତ ଏପ୍ରିଲ୍‌ରେ ତେଲର ବ୍ୟାରେଲ ପିଛା ଦର ୭୫ ଡଲାର ଭଳି ସ୍ତରରେ ପହଞ୍ଚିଯାଇଥିଲା। କିନ୍ତୁ ସେଥିରେ କ୍ରମାଗତ ଭାବେ ହ୍ରାସ ହେବା ଯୋଗୁ ଦର ୬୧-୬୨ ଡଲାର ଭଳି ସ୍ତରକୁ ଖସିଯାଇଥିଲା। ଏହାର ପ୍ରଭାବରେ ସ୍ଥାନୀୟ ବଜାରରେ ପେଟ୍ରୋଲ୍ ଓ ଡିଜେଲ ଦର ମଧ୍ୟ ହ୍ରାସ ପାଉଛି। ଯଦି ଆଗାମୀ ଦିନରେ ଅଶୋଧିତ ତେଲ ଦର ବଢ଼ିଲେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହେବାର ଆଶଙ୍କାକୁ ଏଡ଼ାଇ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe