ବର୍ଷକ ପରେ ପ୍ରଥମ ଥର ପାଇଁ କମିଲା ପେଟ୍ରୋଲ, ଡିଜେଲ ଦର

Advertisment
ଏପ୍ରିଲ ପ୍ରଥମାର୍ଦ୍ଧରେ ଦେଶରେ ପେଟ୍ରୋଲ,ଡିଜେଲ ଓ ଏଲପିଜି ବ୍ୟବହାର ହ୍ରାସ

Image by andreas160578 from Pixabay

ନୂଆଦିଲ୍ଲୀ : ପ୍ରାୟ ଏକ ବର୍ଷ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଆଜି ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୧୮ ପଇସା ଓ ଡିଜେଲ ଲିଟର ପିଛା ୧୭ ପଇସା କମାଇଛନ୍ତି । ଶେଷଥର ପାଇଁ ୨୦୨୦ ମାର୍ଚ୍ଚ ୧୬ରେ ଦେଶରେ ତେଲଦର କମିଥିଲା ।

ଏହି ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ.୯୦.୯୯ ଓ ଡିଜେଲ ଲିଟର ପିଛା ଟ.୮୧.୩୦ରେ ବିକ୍ରି ହେଉଛି । ସେହିପରି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୧.୭୨ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ଟ.୮୮.୬୦ରେ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୯୬.୩୭ ଓ ଡିଜେଲ ଟ.୯୩.୧୧ରେ ବିକ୍ରି ହେଉଛି ।  ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୯୨.୨୭ ଓ ଡିଜେଲ ଟ. ୮୯.୧୬, ବାଲେଶ୍ବରରେ ପେଟ୍ରୋଲ ଟ.୯୧.୭୩ ଓ ଡିଜେଲ ଟ.୮୮.୬୩ରେ ବିକ୍ରି ହେଉଛି ।

ଆଶ୍ଚର୍ଯ୍ୟର କଥା ହେଉଛି ଗତ ମାସ ୨୭ ତାରିଖରେ ଦେଶର ୪ଟି ରାଜ୍ୟ ଓ ପୁଡୁଚେରୀରେ ନିର୍ବାଚନ ଘୋଷଣା ହେବା ପରେ ଦେଶରେ ତେଲ ଦରବୃଦ୍ଧିରେ ବିରାମ ଲାଗିଥିଲା । ବିଗତ ୨୪ ଦିନ ଧରି ଦେଶରେ ତେଲଦର ଅପରିବର୍ତ୍ତିତ ଥିବା ପରେ ଆଜି ହ୍ରାସ ପାଇବା ଖାଉଟିଙ୍କୁ ଆଶ୍ବସ୍ତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe