ବିଜୟା ଦଶମୀରେ ପେଟ୍ରୋଲ, ଡିଜେଲ ଦର କମିଲା

Advertisment
କ୍ରମାଗତ ୧୨ଶ ଦିନ ପାଇଁ କମିଲା ତେଲଦର, ଭୁବନେଶ୍ୱରରେ ଟ.୮୦ ତଳକୁ ଖସିଲା ଡିଜେଲ ଦର

ଭୁବନେଶ୍ୱର : ଆଜି ପବିତ୍ର ବିଜୟା ଦଶମୀରେ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ ଫଳରେ ଦେଶରେ ତେଲ କମ୍ପାନିମାନେ ଦର ହ୍ରାସ କରିଛନ୍ତି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୪ ପଇସା ଓ ଡିଜେଲ ୧୦ ପଇସା ହ୍ରାସ ପାଇଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୨ ଟଙ୍କା ୩୮ ପଇସା ଓ ଡିଜେଲ ୭୫ ଟଙ୍କା ୪୮ ପଇସାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଟ. ୮୭.୮୪ ଓ ଡିଜେଲ ୭୯.୧୩ ରେ ବିକ୍ରି ହେଉଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଓ ଡିେଜେଲ ଦର ପ୍ରାୟତଃ ସମାନ ହୋଇଯାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୮୧.୨୦ ଓ ଡିଜେଲ ୮୧.୦୧ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଚାଲିଥିବାବେଳେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଚାଲିଛି । ଏହା ଫଳରେ ଦେଶରେ ତେଲଦର ବଢୁଛି । କେନ୍ଦ୍ର ସରକାର କିଛିଦିନତଳେ ତେଲ ଦର ୨ଟଙ୍କା ୫୦ ପଇସା କମାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe