The Financial Express
ଭୁବନେଶ୍ବର: ତିନିଦିନ ଦର ସ୍ଥିର ରହିବା ପରେ ଦେଶରେ ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିଛି। ପୂର୍ବରୁ ଗତ ୨୩ ତାରିଖରେ ଏହି ଦୁଇ ଇନ୍ଧନ ଦର ବଢ଼ିଥିଲା। ତେବେ ପେଟ୍ରୋଲ ଏବଂ ଡିଜେଲ ଦର ତିନି ଦିନ ବଢ଼ି ନଥିଲେ ମଧ୍ୟ କମ୍ପାନି ଗୁଡ଼ିକ ଗତ ୨୫ ତାରିଖରେ ଏଲପିଜି ଦର ୨୫ ଟଙ୍କା ବଢ଼ାଇ ଦେଇଥିଲେ। ଏହାର ଦିନକ ପରେ ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିଛି। ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୨୪ ପଇସା ବୃଦ୍ଧି ଘଟି ୯୧ ଟଙ୍କା ୯୦ ପଇସାରେ ପହଞ୍ଚିଛି। ସେହିଭଳି ଡିଜେଲ ଦର ଲିଟର ପିଛା ୧୬ ପଇସା ବୃଦ୍ଧି ଘଟି ୮୮ ଟଙ୍କା ୭୯ ପଇସା ଛୁଇଁଛି। ଭୁବନେଶ୍ବରରେ ପେଟ୍ରୋଲ ଦର ସେଞ୍ଚୁରି ମାରିବାକୁ ଅଳ୍ପ ବାକି ଥିବାବେଳେ ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଛି।
Follow Us