କ୍ରମାଗତ ୬ଷ୍ଠ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

Advertisment
ପେଟ୍ରୋଲ ପମ୍ପ ବନ୍ଦ କରିପାରିବେନି ଘରୋଇ କମ୍ପାନି, ‌ପେଟ୍ରୋଲିୟମ ମନ୍ତ୍ରାଳୟ ଲଗାଇଲା ଲଗାମ

GoNewsIndia

ନୂଆଦିଲ୍ଲୀ : କ୍ରମାଗତ ୬ଷ୍ଠ ଦିବସ ପାଇଁ ଦେଶରେ ତେଲଦର ଅପରିବର୍ତ୍ତିତ ରହିଛି । ଏହା ଫଳରେ ଖାଉଟିଙ୍କୁ କିଛିଟା ଆଶ୍ବସ୍ତି ମିଳିଛି ।

ଗତ ୩ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବା ଦିନ ପେଟ୍ରୋଲ ୨୧ ପଇସା ଓ ଡିଜେଲ ୧୮ ପଇସା ବଢିଥିଲା । କିନ୍ତୁ  ସେବେଠାରୁ ତେଲ କମ୍ପାନିମାନେ ତେଲଦର ବୃଦ୍ଧି କରିନାହାନ୍ତି ।

ସରକାର ଗତ ନଭେମ୍ବର ୩ରେ ଉତ୍ପାଦ ଶୁଳକ ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ହ୍ରାସ କରିଥିଲେ । ଏହା ପରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ତେଲ ଉପରୁ ଭାଟ ହ୍ରାସ କରିଥିଲେ । ଏହା ଦ୍ବାରା ସାଧାରଣ ଖାଉଟି ଉପକୃତ ହୋଇଥିଲେ । ତେବେ ଏଲପିଜି ଉପରୁ ଏପର୍ଯ୍ୟନ୍ତ କୌଣସି ଦର ହ୍ରାସ ଘୋଷଣା କରାଯାଇନାହିଁ । ଭୁବନେଶ୍ବରରେ ଏବେ ପେଟ୍ରୋଲ ୧୦୧ ଟଙ୍କା ୮୧ ପଇସା ଓ ଡିଜେଲ ୯୧ ଟଙ୍କା ୬୨ ପଇସାରେ ବିକ୍ରି ହେଉଛି ।

ବିଗତ କିଛି ମାସ ଧରି ନିୟମିତ ଭାବେ ତେଲଦର ବଢିବା କାରଣରୁ ସାଧାରଣ ଖାଉଟି ବେଶ ଚିନ୍ତାରେ ଥିଲେ । ରେକର୍ଡ ତେଲଦରକୁ ନେଇ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରୁଥିଲେ । ସାଧାରଣ ଲୋକଙ୍କ ଅସନ୍ତୋଷର ପ୍ରତିଫଳନ ନିକଟରେ ବିଭିନ୍ନ ରାଜ୍ୟରେ ସମାପ୍ତ ଉପନିର୍ବାଚନରେ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe