ଶ୍ରୀଲଙ୍କାରେ ଲିଟର ପିଛା ପେଟ୍ରୋଲ ୫୦ ଟଙ୍କା, ଡିଜେଲ ୭୫ ଟଙ୍କା ମହଙ୍ଗା ! ଏଲଆଇଓସି ବଢ଼ାଇଲା ଦର

Advertisment
ପାକିସ୍ତାନରେ ପେଟ୍ରୋଲ୍‌ ଦାମ୍‌ ୨୮୨ ଟଙ୍କା

The Hans India

କଲମ୍ବୋ: ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ଭାରତୀୟ ତୈଳ ନିଗମ(ଇଣ୍ଡିଆନ ଅଏଲ କର୍ପୋରେସନ)ର ଶ୍ରୀଲଙ୍କା ସ୍ଥିତ ସହାୟକ କମ୍ପାନୀ ସେ ଦେଶର ଲୋକଙ୍କ ପାଇଁ ଏକ ବଡ ଝଟକା ଦେଇଛି। ବାସ୍ତବରେ ଶ୍ରୀଲଙ୍କା ଟଙ୍କାର ମୂଲ୍ୟ ହ୍ରାସ ହେତୁ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ବୃଦ୍ଧି କରିଛି । ଏହି ମୂଲ୍ୟ ଶୁକ୍ରବାରଠାରୁ କାର୍ଯ୍ୟକାରୀ ହୋଇଛି। କମ୍ପାନୀ ଏକ ମାସରେ ତୃତୀୟ ଥର ପାଇଁ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛି। ଲଙ୍କା ଇଣ୍ଡିଆନ ଅଏଲ କମ୍ପାନୀ(ଏଲଆଇଓସି) କହିଛି ଯେ ଡିଜେଲ ଲିଟର ପିଛା ୭୫ ଟଙ୍କା ଓ ପେଟ୍ରୋଲ ଲିଟର ପିଛା ୫୦ ଟଙ୍କା ବଢାଯାଇଛି |

ବର୍ତ୍ତମାନ ସେଠାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୫୪ ଟଙ୍କା ଏବଂ ଡିଜେଲର ଲିଟର ପିଛା ମୂଲ୍ୟ ୨୧୪ ଟଙ୍କା ରହିଛି। ‘ଏଲଆଇଓସି’ର ପରିଚାଳନା ନିର୍ଦ୍ଦେଶକ ମନୋଜ ଗୁପ୍ତା କହିଛନ୍ତି, “ଶ୍ରୀଲଙ୍କା ଟଙ୍କା ସାତ ଦିନ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ୫୭ ଟଙ୍କା ହ୍ରାସ ପାଇଛି। ତୈଳ ଏବଂ ପେଟ୍ରୋଲ ଦ୍ରବ୍ୟର ମୂଲ୍ୟ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି |

ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନେ ଋଷ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି, ଯେଉଁଥିପାଇଁ ଅନ୍ତର୍ଜାତୀୟ ବଜାରରେ ତୈଳ ଓ ଗ୍ୟାସର ମୂଲ୍ୟ ମଧ୍ୟ ବଢୁଛି । ଏଭଳି ପରିସ୍ଥିତିରେ ମୂଲ୍ୟ ବୃଦ୍ଧି ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିପୁଳ କ୍ଷତି ସହିବାକୁ ପଡିବ। ସୂଚନା ଥାଉ କି ଯେ ଶ୍ରୀଲଙ୍କା ସରକାରଙ୍କ ତରଫରୁ ଏଲଆଇଓସିକୁ କୌଣସି ସବସିଡି ଦିଆଯାଏ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe