ବୁକିଂ ବାତିଲ କରିପାରିବେନି ଡ୍ରାଇଭର, ଓଲା ଲଞ୍ଚ କଲା ଏହି ନୂଆ ସେବା

ବୁକିଂ ବାତିଲ କରିପାରିବେନି ଡ୍ରାଇଭର, ଓଲା ଲଞ୍ଚ କଲା ଏହି ନୂଆ ସେବା

ବେଙ୍ଗାଲୁରୁ: ଆପଣ ଅନେକ ସମୟରେ କୌଣସି ସ୍ଥାନକୁ ଯିବା ପାଇଁ ଓଲା ଓ ଉବେର ଭଳି କ୍ୟାବ ବୁକ କରିଥାନ୍ତି | କିନ୍ତୁ ବେଳେବେଳେ ଦେଖାଯାଏ ଯେ, ଆପଣ କୌଣସି ସ୍ଥାନକୁ ଯିବା ପାଇଁ ବ୍ୟସ୍ତ ହେଉଥିବାବେଳେ ଡ୍ରାଇଭର ବୁକିଂକୁ ବାତିଲ କରିଦିଅନ୍ତି | ତେବେ ଏସବୁ ସମସ୍ୟାକୁ ଦେଖି ଅନଲାଇନ୍ କ୍ୟାବ ସେବା ପ୍ରଦାନକାରୀ କମ୍ପାନୀ ଓଲା ଏକ ନୂତନ ସେବା ଆରମ୍ଭ କରିଛି | ଓଲାର ସିଇଓ ଭବୀଶ ଅଗ୍ରୱାଲ ସୋସିଆଲ ମିଡିଆରେ ପ୍ରାଇମ ପ୍ଲସ ସେବା ଘୋଷଣା କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ ନୂତନ ସେବା ସହିତ ଉପଭୋକ୍ତାମାନେ 'ବେଷ୍ଟ ଡ୍ରାଇଭର ଏବଂ ଟପ୍ କାର୍'ର ଲାଭ ପାଇବେ। ଏହା ଏକ ପ୍ରିମିୟମ୍ ସେବା, ଯେଉଁଥିରେ ଡ୍ରାଇଭର ବୁକିଂ ବାତିଲ କରିପାରିବେ ନାହିଁ ଓ ଉପଭୋକ୍ତାଙ୍କୁ ଅସୁବିଧା ହେବ ନାହିଁ |


ଅର୍ଥାତ ଡ୍ରାଇଭର କାଳେ ବୁକିଂ ବାତିଲ କରିଦେବେ କି ଏବାବଦରେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ | ଓଲା ସିଇଓ କହିଛନ୍ତି ଯେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ବେଙ୍ଗାଲୁରୁର ଗ୍ରାହକଙ୍କ ପାଇଁ ଏହି ନୂତନ ସେବା ଆରମ୍ଭ କରାଯାଇଛି। ସେ କହିଛନ୍ତି ଯେ ସମୟ ସମୟରେ ସେ ନିଜେ ଏହି ସେବା ବ୍ୟବହାର କରିବେ ଏବଂ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଅଭିଜ୍ଞତା ବାଣ୍ଟିବେ। ଭବୀଶ ଯଦିଓ ପ୍ରାଇମ ପ୍ଲସ ସେବାର ମୂଲ୍ୟ କେତେ ହେବ ତାହା ପ୍ରକାଶ କରି ନାହାଁନ୍ତି, କିନ୍ତୁ ସେ ଏକ ବୁକିଂର ସ୍କ୍ରିନସଟ ସେୟାର କରିଛନ୍ତି। ଏହା ଦେଖି, ଲାଗୁଛି ଯେ ଓଲାର ନୂତନ ସେବା ଅଧୀନରେ ଯାତ୍ରା ମୂଲ୍ୟ ମିନି ଏବଂ ପ୍ଲାଟଫର୍ମର ଅନ୍ୟ କ୍ୟାବ ତୁଳନାରେ କମ୍ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe