ବର୍ଷକର ଦରମା ଦେଲେ ଓଲା ସିଇଓ, ଗାଡ଼ି ଚାଳକଙ୍କ ପାଇଁ ୨୦ କୋଟି

Advertisment
ବର୍ଷକର ଦରମା ଦେଲେ ଓଲା ସିଇଓ, ଗାଡ଼ି ଚାଳକଙ୍କ ପାଇଁ ୨୦ କୋଟି

ବେଙ୍ଗାଲୁରୁ: ମୋବାଇଲ୍ ଆପ୍ ଜରିଆରେ ଯାତାୟାତ ସୁବିଧା ପ୍ରଦାନ କରୁଥିବା ସଂସ୍ଥା ଓଲାର ସିଇଓ ଭବିଶ ଅଗ୍ରୱାଲ୍ ନିଜ ବର୍ଷକର ଦରମା କରୋନା ମୁକାବିଲା ଲାଗି ପ୍ରଦାନ କରିଛନ୍ତି। ଏଥି ସହିତ ତାଙ୍କ କଂପାନି ଗାଡ଼ି ଚାଳକମାନଙ୍କ ପାଇଁ ଏକ ପାଣ୍ଠି ଗଠନ କରିଛି। ଓଲା ଫାଉଣ୍ଡେସନ ଜରିଆରେ ସେହି ପାଣ୍ଠି ଗଠନ କରାଯାଇଛି। ଅଟୋରିକ୍ସା, କ୍ୟାବ୍, କାଲି-ପିଲି ଓ ଟାକ୍ସି ଡ୍ରାଇଭର (ଚାଳକ)ମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ସେହି ପାଣ୍ଠିର ଅର୍ଥ ଖର୍ଚ୍ଚ କରାଯିବ। ଓଲା ଗ୍ରୁପ୍ ଓ ଏହାର କର୍ମଚାରୀମାନେ ୨୦ କୋଟି ଟଙ୍କା ପ୍ରଦାନ କରିବେ। କଂପାନିର ସିଇଓ ଦେଇଥିବା ଦରମା ବାବଦ ଅର୍ଥ ମଧ୍ୟ ସେହି ପାଣ୍ଠିରେ ରହିବ। ଦେଶରେ ୨୧ ଦିନର ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ଚାଳକମାନେ ବଡ଼ ଅସୁବିଧାରେ ପଡ଼ିଛନ୍ତି। ଘର ଚଳାଇବା ପାଇଁ ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଛି। ଆୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଦେଶରେ ଥିବା ଲକ୍ଷ ଲକ୍ଷ ଚାଳକମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ଓଲା ପକ୍ଷରୁ ବିଭିନ୍ନ ସୂତ୍ରରୁ ପାଣ୍ଠି ଯୋଗାଡ଼ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe