ସ୍ବାଧୀନତା ଦିବସରେ ଆସିପାରେ ଓଲା ଇ-କାର୍‌

Advertisment
ସ୍ବାଧୀନତା ଦିବସରେ ଆସିପାରେ ଓଲା ଇ-କାର୍‌

HT Tech

ନୂଆଦିଲ୍ଲୀ: ଓଲା ଆସନ୍ତା ସ୍ବାଧୀନତା ଦିବସରେ ଏହାର ଇଲେକ୍ଟ୍ରିକ କାର ଉନ୍ମୋଚନ କରିପାରେ। କମ୍ପାନିର ସିଇଓ ଭବିଷ ଅଗ୍ରୱାଲ ଏକ ଟ୍ବିଟ୍ କରିଥିବା ଟ୍ବିଟ୍‌ରୁ ଏହି ଆଭାସ ମିଳିଛି। ସେ କହିଛନ୍ତି, ଆସନ୍ତା ସ୍ବାଧୀନତା ଦିସବରେ କମ୍ପାନି ଏହାର ନୂଆ ଉତ୍ପାଦ ସଂପର୍କରେ ଘୋଷଣା କରିବ। ଏହି ଟ୍ବିଟକୁ ଦେଖିବା ପରେ ଅନୁମାନ କରାଯାଉଛି କମ୍ପାନି ସ୍ବାଧୀନତା ଦିବସରେ ପ୍ରଥମ ଇ-କାର ଆଣିପାରେ। ଅଗଷ୍ଟ ୧୫ର ଘୋଷଣାକୁ ନେଇ ସିଇଓ ଏକ ମତ ସଂଗ୍ରହ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏଥିରେ ସେ କମ୍‌ ମୂଲ୍ୟର ନୂଆ ଏସ୍‌ ୧ ସ୍କୁଟର, ଦେଶର ସ୍ପୋର୍ଟସ କାର, ଓଲା ସେଲ୍‌ ଫ୍ୟାକ୍ଟ୍ରି, ଏସ୧ର ନୂଆ ଆକର୍ଷଣୀୟ ରଙ୍ଗ ଆଦିର ବିକଳ୍ପ ସଂପର୍କରେ ଉଲ୍ଲେଖ କରିଛନ୍ତି।

ତେବେ ଚଳିତବର୍ଷ ଜୁନ ୧୯ରେ ଓଲା ଫ୍ୟୁଚର ଫାକ୍ଟ୍ରିରେ ପ୍ରସ୍ତୁତ ଏକ ଭିଡିଓ ରିଲିଜ କରିଥିଲା। ସେଥିରେ ପ୍ରଥମ ଥର ପାଇଁ ଓଲା ଇ-କାରର ଝଲକ ଦେଖିବାକୁ ମିଳିଥିଲା। ସେହି ଟିଜର ଭିଡିଓରେ ପ୍ରଦର୍ଶିତ କାରରେ ଓଲାର ଲୋଗୋ ମଧ୍ୟ ଲାଗିଥିଲା। ଏଥିସହିତ ସେହି କାରଟି୍‌ ସେଦାନ ଭଳି ଜଣାପଡ଼ୁଥିଲା। କମ୍ପାନି ଇଲେକ୍ଟ୍ରିକ କାର ପ୍ରସ୍ତୁତ ପାଇଁ ନୂଆ କାରଖାନା ସ୍ଥାପନ ଯୋଜନା ରଖିଛି। ଏଥିପାଇଁ କମ୍ପାନି ୧୦୦୦ ଏକର ଜାଗାର ଅନ୍ବେଷଣ କରୁଛି, ଯାହାକି ହୋସୁର ନିକଟରେ ଥିବା କାରଖାନାର ଦୁଇଗୁଣା ହେବ। ହୋସୁରରେ ଓଲାର ଇଲେକ୍ଟ୍ରିକ ସ୍କୁଟର ପ୍ରସ୍ତୁତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe