ନିଆଁ ଲାଗୁଥିବାରୁ ୧,୪୪୧ଟି ‘ଏସ୍‌୧ ପ୍ରୋ ଇ-ସ୍କୁଟର୍‌’ ଫେରାଇ ନେଲା ‘ଓଲା ଇଲେକ୍ଟ୍ରିକ୍‌’

Advertisment
ନିଆଁ ଲାଗୁଥିବାରୁ ୧,୪୪୧ଟି ‘ଏସ୍‌୧ ପ୍ରୋ ଇ-ସ୍କୁଟର୍‌’ ଫେରାଇ ନେଲା ‘ଓଲା ଇଲେକ୍ଟ୍ରିକ୍‌’

Image Courtesy of Zee News

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍‌ ଯାନରେ ନିଆଁ ଲାଗୁଥିବା ଘଟଣା ଯୋଗୁଁ ‘ଓଲା ଇଲେକ୍ଟ୍ରିକ୍’ ୧,୪୪୧ଟି ‘ଏସ୍‌୧ ପ୍ରୋ ଇ-ସ୍କୁଟର୍‌’ ଫେରାଇ ନେଇଥିବା କଥା ଏକ ବିବୃତିରେ କହିଛି।

ମାର୍ଚ ୨୬ ତାରିଖ ଦିନ ପୁଣେରେ ଘଟିଥିବା ‘ଓଲା ଇଲେକ୍ଟ୍ରିକ୍‌’ ସ୍କୁଟର୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଚାଲିଛି। ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ, ଏହା ଏକମାତ୍ର ‌ଘଟଣା ବୋଲି କମ୍ପାନି କହିଛି।

କିନ୍ତୁ, କମ୍ପାନି କହିଛି ଯେ, ଆଗକୁ ଏ ଭଳି ଘଟଣା ନ ଘଟିବା ପାଇଁ ସେହି ନିର୍ଦ୍ଦିଷ୍ଟ ବ୍ୟାଚ୍‌ରେ ଉତ୍ପାଦିତ ସ୍କୁଟର୍‌ଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିମନ୍ତେ ସ୍ବେଚ୍ଛାକୃତ ୧,୪୪୧ଟି ସ୍କୁଟର୍ ଫେରସ୍ତ ଅଣାଯାଇଛି।

publive-image Image Courtesy of News9Live

‘ଓଲା ଇଲେକ୍ଟ୍ରିକ୍‌’ ଆହୁରି ମଧ୍ୟ କହିଛି, ଏହି ସ୍କୁଟର୍‌ଗୁଡ଼ିକୁ ଆମ ସର୍ଭିସ୍‌ ଇଞ୍ଜିନିୟର୍‌ମାନେ ଯାଞ୍ଚ କରି‌ବେ। ସେଗୁଡ଼ିକର ‌ବ୍ୟାଟେରି ବ୍ୟବସ୍ଥା, ଥର୍ମାଲ୍‌ ବ୍ୟବସ୍ଥା ତଥା ନିରାପତ୍ତା ବ୍ୟବସ୍ଥା ସବୁର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ।

ଏହି ସ୍କୁଟର୍‌ଗୁଡ଼ିକର ବ୍ୟାଟେରି ବ୍ୟବସ୍ଥା ଭାରତର ‘ଏଆଇଏସ୍‌ ୧୫୬’ ଏବଂ ୟୁରୋପର ‘ଇସିଇ ବ୩୬’ ‌ଷ୍ଟାଣ୍ଡାର୍ଡ ଅନୁସାରେ ସମ୍ପାଦିତ ହୋଇଥିବା କଥା କମ୍ପାନି କହିଛି।

ନିକଟ ଅତୀତରେ ଦେଶର ବିଭିନ୍ନ ପ୍ରାନ୍ତରେ ଇଲେକ୍ଟ୍ରିକ୍‌ ସ୍କୁଟର ସବୁ ନିଆଁ ଲାଗୁଥିବା ଖବର ଆସୁଛି। ଫଳରେ ନିର୍ମାତାମାନେ ସେମାନଙ୍କଦ୍ବାରା ଉତ୍ପାଦିତ ଇଲେକ୍ଟ୍ରିକ୍‌ ଯାନଗୁଡ଼ିକୁ ଫେରସ୍ତ ନେଉଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ‘ଓକିନାୱା ଅଟୋଟେକ୍‌’ ୩୦୦୦ଟି ଏବଂ ‘ପିଓର୍‌ ଇଭି’ ପ୍ରାୟ ୨୦୦୦ ସ୍କୁଟର୍‌ ଫେରସ୍ତ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe