କ୍ଷତି କମାଇବାକୁ ଛଟେଇ କରିବ ଓଲା ଇଲେକ୍ଟ୍ରିକ୍

ଦେଶର ଅଗ୍ରଣୀ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଓଲା ଇଲେକ୍ଟ୍ରିକ୍ ଏହାର କ୍ଷତି କମ୍ କରିବା ଲାଗି ହଜାରେ ପାଖାପାଖି କର୍ମଚାରୀ ଓ ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ ଛଟେଇ କରିବା ଉପରେ ବିଚାର କରୁଛି।

ଏମିତି ଓଲା ସ୍କୁଟର ଉପରେ ଆପଣ ପାଇପାରିବେ ୨୫ ହଜାର ଟଙ୍କାର ରିହାତି

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଓଲା ଇଲେକ୍ଟ୍ରିକ୍ ଏହାର କ୍ଷତି କମ୍ କରିବା ଲାଗି ହଜାରେ ପାଖାପାଖି କର୍ମଚାରୀ ଓ ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ ଛଟେଇ କରିବା ଉପରେ ବିଚାର କରୁଛି। ଛଟେଇରେ କମ୍ପାନିର ପ୍ରକ୍ୟୁର୍‌ମେଣ୍ଟ, ଫୁଲ୍‌ଫିଲ୍‌ମେଣ୍ଟ, ଗ୍ରାହକ ସମ୍ପର୍କ ଓ ଚାର୍ଜିଂ ଭିତ୍ତିଭୂମି ବିଭାଗରେ କାମ କରୁଥିବା କର୍ମଚାରୀମାନେ ପ୍ରଭାବିତ ହେବେ। ଭବିଷ ଅଗ୍ରୱାଲ୍‌ଙ୍କ ଏହି କମ୍ପାନି ଗତବର୍ଷ ନଭେମ୍ବରରେ ୫୦୦ କର୍ମଚାରୀ ଛଟେଇ କରିଥିଲା।

ଏଥର ଦ୍ବିତୀୟ ପର୍ଯ୍ୟାୟରେ ଏହା ୧୦୦୦ କର୍ମଚାରୀଙ୍କୁ ବିଦା କରିବ। ଓଲା ବିଭିନ୍ନ ଆଡ଼ୁ ସମସ୍ୟା ଦେଇ ଗତି କରୁଛି। ଗତବର୍ଷ ଅଗଷ୍ଟରେ ଷ୍ଟକ୍ ବଜାରରେ ପ୍ରବେଶ କରିଥିବା ଓଲାର କ୍ଷତି ଗତ ଡିସେମ୍ବର ତ୍ରୈମାସିକରେ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଏହାକୁ ସେବି ଓ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ ନୋଟିସ୍ ମଧ୍ୟ ପଠାଇଛନ୍ତି। କମ୍ପାନି ମାସକୁ ୫୦ହଜାର ଗାଡ଼ି ବିକ୍ରି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଗତ ଫେବ୍ରୁଆରିରେ ୨୫ହଜାର ବିକ୍ରି କରିପାରିଛି। ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ବଜାରର ୨୮ ପ୍ରତିଶତ ଅଂଶ ଥିବା କମ୍ପାନି ଦାବି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe