ହିରୋକୁ ପଛରେ ପକାଇ ୧ନମ୍ବର ସ୍ଥାନ ହାସଲ କଲା ଓଲା

ଅଗ୍ନିକାଣ୍ଡ ପାଇଁ ଓଲା ଇଲେକ୍ଟ୍ରିକ୍‌କୁ କାରଣ ଦର୍ଶାଅ ନୋଟିସ୍

Image Courtesy of News9Live

ନୂଆଦିଲ୍ଲୀ: ବାରମ୍ବାର ବ୍ୟାଟେରୀ ବିସ୍ଫୋରଣ ଅଭିଯୋଗ ସତ୍ତ୍ୱେ ଗ୍ରାହକଙ୍କ ପସନ୍ଦ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି ଓଲା ଇଲେକ୍ଟ୍ରିକ୍ | ଓଲା ଇଲେକ୍ଟ୍ରିକ, ହିରୋ ଇଲେକ୍ଟ୍ରିକକୁ ଅତିକ୍ରମ କରି ଦେଶର ଏକ ନମ୍ବର ଇଲେକ୍ଟ୍ରିକ୍ ଦୁଇ ଚକିଆ କମ୍ପାନୀ ହୋଇପାରିଛି | ଭାରତୀୟ ବୈଦ୍ୟୁତିକ ଦୁଇ ଚକିଆ ଯାନ ବଜାରରେ ଓଲା ପ୍ରବେଶ କରିବାକୁ ମାତ୍ର ୫ ମାସ ହୋଇଥିବାବେଳେ ଗତ ମାସରେ, ଓଲା ଇଲେକ୍ଟ୍ରିକ୍ ବିକ୍ରୟ ଦୃଷ୍ଟିରୁ ହିରୋ ଇଲେକ୍ଟ୍ରିକକୁ ପଛରେ ପକାଇ ଦେଇଛି। ସଡକ ପରିବହନ ମନ୍ତ୍ରଣାଳୟ ଅନୁଯାୟୀ କମ୍ପାନି ଏପ୍ରିଲରେ ସର୍ବାଧିକ ବୈଦ୍ୟୁତିକ ସ୍କୁଟର ବିକ୍ରି କରିଛି।

ଓଲା ଏପ୍ରିଲ ମାସରେ ୧୨୬୮୩ ୟୁନିଟ୍ ବିକ୍ରି କରିଛି | ତେବେ ୩ ନମ୍ବର ସ୍ଥାନରେ ଥିବା ହିରୋ ଇଲେକ୍ଟ୍ରିକ୍ ୫୦ ପ୍ରତିଶତ ବିକ୍ରୟ ହ୍ରାସ ସହିତ କେବଳ ୬୫୭୦ ୟୁନିଟ୍ ବିକ୍ରି କରିବାରେ ସକ୍ଷମ ହୋଇଥିଲା ଏବଂ ଏପ୍ରିଲରେ ତୃତୀୟ ସ୍ଥାନରେ ରହିଛି | ଦ୍ୱିତୀୟ ସ୍ଥାନରେ ଓକିନାୱା ଓଟୋଟେକ ଥିବାବେଳେ ଏହା ୧୦,୦୦୦ ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି କରିଛି |

ଓଲା ଇଲେକ୍ଟ୍ରିକ୍ ଓଲା ଏସ୧ ଏବଂ ଓଲା ଏସ୧ ପ୍ରୋ ନାମରେ ଦୁଇଟି ସ୍କୁଟର ମାର୍କେଟକୁ ଛାଡ଼ିଥିବାବେଳେ ସ୍କୁଟରର ମୂଲ୍ୟ ୮୫ ହଜାରରୁ ୧.୧୦ ଲକ୍ଷ ଟଙ୍କା ରହିଛି। ମହାରାଷ୍ଟ୍ରରେ ଓଲା ଏସ୧ ର ମୂଲ୍ୟ ୯୪,୯୯୯, ରାଜସ୍ଥାନରେ ୮୯,୯୬୮ ଟଙ୍କା ଏବଂ ଗୁଜୁରାଟରେ ୭୯,୯୯୯ ଟଙ୍କା ରହିଛି। ମହାରାଷ୍ଟ୍ରରେ ଓଲା ଏସ୧ ପ୍ରୋ ମୂଲ୍ୟ ୧,୨୪,୯୯୯ ଟଙ୍କା, ଗୁଜୁରାଟରେ ୧,୦୯,୯୯୯ ଟଙ୍କା ଏବଂ ରାଜସ୍ଥାନରେ ୧,୧୯,୧୩୮ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe