The New Indian Express
ନୂଆଦିଲ୍ଲୀ: ଓଲା କ୍ୟାବ୍ସର ସିଇଓ ହେମନ୍ତ ବକ୍ସି ଇସ୍ତଫା ଦେଇଛନ୍ତି। ଓଲା କ୍ୟାବ୍ସରେ ଯୋଗ ଦେବାର ମାତ୍ର ୪ ମାସ ପରେ ସେ କମ୍ପାନୀ ଛାଡୁଛନ୍ତି। କମ୍ପାନି ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ବେଳେ ଏହାର ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇପାରେ। ବିଜନେସ ଓ୍ବେବସାଇଟ୍ ମନିକଣ୍ଟ୍ରୋଲ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ।
ବକ୍ସି ଚଳିତ ବର୍ଷ ଜାନୁଆରୀରେ ଓଲା କ୍ୟାବ୍ସରେ ଯୋଗ ଦେଇଥିଲେ। ସେ କମ୍ପାନୀର ଦୈନନ୍ଦିନ କାର୍ଯ୍ୟକଳାପ ପରିଚାଳନା କରିବା ପାଇଁ କମ୍ପାନିକୁ ଆସିଥିଲେ । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୁନର୍ଗଠନ ପ୍ରକ୍ରିୟା ଦ୍ୱାରା କମ୍ପାନିରେ ଥିବା ଅନେକ ପଦବୀ ବନ୍ଦ ହୋଇଯିବ ଏବଂ ଅତି କମରେ ୧୦ ପ୍ରତିଶତ କର୍ମଚାରୀ ପ୍ରଭାବିତ ହେବେ।
ଓଲା କ୍ୟାବ୍ସ ନିଜର ପ୍ରାରମ୍ଭିକ ପବ୍ଲିକ ଅଫରିଂ (ଆଇପିଓ) ଆଣିବା ପାଇଁ ନିବେଶ ବ୍ୟାଙ୍କରମାନଙ୍କ ସହ ପ୍ରାରମ୍ଭିକ ସ୍ତରରେ ଆଲୋଚନା ଆରମ୍ଭ କରୁଥିବା ବେଳେ ସିଇଓ ଇସ୍ତଫା ଦେଇଛନ୍ତି।
ଓଲା ଇଲେକ୍ଟ୍ରିକ୍ ଏକ ଆଇପିଓ ଜରିଆରେ ପ୍ରାୟ ୭,୨୫୦ କୋଟି ଟଙ୍କା ସଂଗ୍ରହ କରିବାକୁ ଡିସେମ୍ବରରେ ବଜାର ନିୟାମକ ସେବିନିକଟରେ ଆବେଦନ କରିଥିଲା। ଏହା ପରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ଇଲେକ୍ଟ୍ରିକ୍ କମ୍ପାନି (ଇଭି) ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିଲା।
Follow Us